ଜିଲ୍ଲାସ୍ତରୀୟ କ୍ଷୁଦ୍ରଶିଳ୍ପ ତାଲିମ ଶିବିର ଅନୁଷ୍ଠିତ

add-all

ମାଲକାନଗିରି (୦୭/୦୯) : ମାଲକାନଗିରି ଜିଲ୍ଲା ପ୍ରଶାସନ ଶିଳ୍ପ କେନ୍ଦ୍ର ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବ୍ୟବସାୟୀ ତାଲିମ ଶିବିର ଆୟୋଜନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ଟି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଉକ୍ତ ସଭାରେ ସାଧାରଣ ପରିଚାଳକ ଭାବରେ ତରୁଣ କାନ୍ତ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବାଣିଜ୍ୟ ବିଭାଗୀୟ ମୁଖ୍ୟ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ଯୋଗଦାନ କରି ମାଲକାନଗିରି ଜିଲ୍ଲାକୁ କିପରି ଶିଳ୍ପ ଏବଂ ବ୍ୟବସାୟକୁ କିପରି ଅଧିକରୁ ଅଧିକ ହୋଇପାରିବ ସେ ସମ୍ବନ୍ଧରେ ବୁଝାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ମନଘି ସେଠୀ, ଜିଲ୍ଲା ନିୟୋଜନ ଅଧିକାରୀ, ସୁରେଶ ସୋମାନି, ଚ୍ୟାମ୍ବର ଅଫ କମର୍ସ ର ସଭାପତି ଉପସ୍ଥିତ ରହି ମାଲକାନଗିରି ଜିଲ୍ଲା କିପରି ଶିଳ୍ପ ବିକାଶରେ ଅଗ୍ରଗତି ହୋଇ ପାରିବ ସେ ସମ୍ବନ୍ଧରେ ବୁଝାଇଥିଲେ । ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ, ଡ଼ଃ. ବିଷ୍ଣୁ ସ୍ୱାଇଁ, ବାବୁଲା ସାବତ, ଈଶ୍ୱର ପଟ୍ଟନାୟକ, ରତନଲାଲ ଜୈନ, ରୌନକ ଜୈନ, ଜମୁ ପଢିଧାରୀ, ତରୁଣ ମଜୁମଦର ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନେକ ଉଦ୍ୟୋଗୀ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମତ ଉପସ୍ଥାପନ କରିଥିଲେ । ଏହି ସଭାରେ ଓଡ଼ିଶା ସରକାରଙ୍କର ସୂକ୍ଷ୍ମ କ୍ଷୁଦ୍ର ମଧ୍ୟମ ଶିଳ୍ପ ପଲିସି-୨୦୧୬ ଏବଂ ୨୦୦୬ ର ବିଭିନ୍ନ ନିୟମାବଳୀ ବିଷୟରେ ମାଲକାନଗିରି ଜିଲ୍ଲାକୁ କିପରି ପ୍ରୋତ୍ସାହନ ରାଶି ଏବଂ ବ୍ୟାଙ୍କ ଋଣ ମିଳିପାରିବ ସେସମ୍ବନ୍ଧରେ ଅଲୋକପାତ କରାଯାଇଥିଲା । ଆଇପିଓ ଶୁଭଶ୍ରୀ ଦଣ୍ଡାପାଟ ସଭାକୁ ପରିଚାଳନା କରିଥିବା ବେଳେ ରବୀନ୍ଦ୍ର ନାଥ କୃଷ୍ଣ ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.