୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର୍

add-all

ଲମତାପୁଟ: କୋରାପୁଟ ଜିଲ୍ଲା ଟିକାପୁଟ ଗ୍ରାମ ନିକଟ ଛକରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଛିତ ରଖି ପ୍ରସ୍ତୁତି ଚାଲିଥିବା ବେଳେ ଚଢାଉ କଲା ଲମତାପୁଟ ପୋଲିସ। ୮ଟି ବସ୍ତାରୁ ପ୍ରାୟ ୨ କୁଇଣ୍ଟାଲ ଗଞ୍ଜେଇ ଜବତ। ଏହାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ଟିକାପୁଟ ଗ୍ରାମ ଛକ ନିକଟରେରେ ଚଢାଉ କରିଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ଦେଖି ଅନ୍ଧାରର ସୁଯୋଗ ନେଇ ମାଫିଆ ଫେରାର ହୋଇଯାଇଥିଲେ । ଗଛିତ ରଖିଥିବା ୮ଟି ବସ୍ତାରେ ପ୍ରାୟ ୨କୁଇଁଣ୍ଟାଲ ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ରଖାଯାଇଥିଲା। ସ୍ଥାନୀୟ ଯୁବକମାନେ ଏହି ଚୋରା କାରବାରରେ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଅଭିଯୁକ୍ତମାନଙ୍କ ନାମ ଗୋପନ ରଖିଛି ପୋଲିସ। ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଥିବା ସୂଚନା ଦେଇଛି ।

ad-week
Leave A Reply

Your email address will not be published.