ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ, ୪ରୁ ଅଧିକ ମହିଳା ଓ ପୁରୁଷ ଆହତ

add-all

ହିଞ୍ଜିଳି : ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ । ୪ରୁ ଅଧିକ ମହିଳା ଓ ପୁରୁଷ ଆହତ ହୋଇ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବୁରୁପଡ଼ା ଗାଁରେ ଏହି ଅଘଟଣ ଘଟିଛି। ୪୦ରୁ ଅଧିକ ଯୁବକ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା କରୁଥିଲେ।

ଶୋଭାଯାତ୍ରା କାଳୀମନ୍ଦିର ସାହି ଗଣେଶ ମେଢ଼ ନିକଟରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ସାମିଲ ଥିବା କିଛି ଯୁବକ ତୋରଣକୁ ଭଙ୍ଗାରୁଜା କରିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗୋଟିଏ ଗୋଷ୍ଠୀର ୧୦ରୁ ଅଧିକ ଯୁବକ ଉତ୍‌କ୍ଷିପ୍ତ ହୋଇ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଲୁହାରଡ୍‌ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି।

ad-week
Leave A Reply

Your email address will not be published.