
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବିଶିଶାଇ ଠାରେ ବିଦ୍ୟୁତ ଟ୍ରାନ୍ସଫର୍ମ ପୋଡି ଯାଇ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି କିମ୍ବା ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ବସା ଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ । ଫଳରେ ବିଦ୍ୟୁତ ଆଲୁଅ ନଥିବା ଯୋଗୁଁ ଅଞ୍ଚଳର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରର ପାଖାପାଖି ଜଙ୍ଗଲ , ଥିବାରୁ ରାତ୍ରି ସମୟ ବାହାରକୁ ବାହାରି କିମ୍ବା ବର୍ଷା ସମୟ ବିଦ୍ୟୁତ ଆଲୁଅ ନଥିବା ଯୋଗୁଁ ଭୟରେ ଅଞ୍ଚଳବାସୀ । ବାରମ୍ବାର ବିଦ୍ୟୁତ ବିଭାଗୀୟଙ୍କୁ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ପାଇଁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା କହିଛନ୍ତି ଗ୍ରାମବାସୀ ।ଏହି ବିଦ୍ୟୁତ୍ ସମସ୍ୟା ନେଇ ଅଞ୍ଚଳ ବାସୀ ସ୍ଥାନୀୟ ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ କିଭଳି ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ବସା ଯାଇପାରିବ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି । କେଳାପଡା ଅଞ୍ଚଳରେ ବିଦ୍ୟୁତ ଆଲୁଅରୁ ବଞ୍ଚିତ ଥିବା ୮୦ରୁ ଉର୍ଦ୍ଧ୍ବ ପରିବାର ଆଗାମୀ ପାଞ୍ଚଦିନ ମଧ୍ୟରେ ବିଦ୍ୟୁତ ଆଲୁଅ ନିମନ୍ତେ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ବସା ନଯାଏ ତେବେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବୁ ବୋଲି କେଦାର ଭୁକ୍ତା,ଗୋପିନାଥ ଭକ୍ତା,ବିଜୟ ବିଶ୍ଵୋଇ, ଈଶ୍ଵର ମାହାର, ଲକ୍ଷ୍ମୀଧର ପ୍ରଧାନ,ଶ୍ୟାମଘନ ମାହାର, ସୁନିଲ୍ ନାୟକ, କୁନା ସାହୁ , ବିଷ୍ଣୁ ନାୟକ,ବୃଷବ ମୁଖି, ସମେତ ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।