ଦାଦା ବଟି ଓ ଚୋରି ଅଭିଯୋଗରେ ଆସାମୀ ଗିରଫ

add-all

ଭୁବନେଶ୍ୱର : ଆଜି ଅଭିଯୋଗକାରୀ ଶ୍ରୀ ଦୁଷ୍ମନ୍ତ କୁମାର ସାହୁଙ୍କ ଅଭିଯୋଗକ୍ରମେ କେଶ ନମ୍ବର 325/2022 ଲକ୍ଷ୍ମୀସାଗର ଥାନାରେ ଉପରୋକ୍ତ U/s-294/379/385/506 IPC. ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ତଦନ୍ତ କରି ଲକ୍ଷ୍ମୀସାଗର ଥାନା ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଓସ୍କାରସିଟି ନିକଟସ୍ଥ କେନାଲ ରୋଡ଼ରେ ଥିବା ଏକ ସରକାରୀ ଜାଗାରେ ମାଛ ଦୋକାନ କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ସେହି ଜାଗାକୁ ନିଜ ନାରେ ଅଛି କହି ପ୍ରତି ମାସକୁ ଦାବି ମୁତାବକ ୧୦୦୦ଟଙ୍କା ତାଙ୍କ ଠାରୁ ନେଉଥିଲେ । କିନ୍ତୁ ଚଳିତ ମାସର ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ଦୋକାନରେ ଥିବା ଦୋକାନ ସାମଗ୍ରୀ ସବୁକୁ ଚୋରୀକରି ନେଇଯିବା ସହ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଏବଂ ଜୀବନରୁ ମାରିଦେବାଲାଗି ଧମକ ମଧ୍ୟ ଦେଇଥିଲେ । ଏହି ଘଟଣାର ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ କରି ଏକ ବିଶେଷ ସୂତ୍ରରୁ ଖବର ପାଇଁ କେନାଲ ରୋଡ଼ ଅଞ୍ଚଳରେ ଚଢଉ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତ ମାନସ କୁମାର ଜଗଦେବ (ଲପୁ )କୁ ଗିରଫ କରିଥିଲେ । ଏବଂ ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।
ତଦନ୍ତ ପରେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି

ad-week
Leave A Reply

Your email address will not be published.