ନଦୀରେ ବୁଡି ବୃଦ୍ଧା ମୃତ

add-all


ହିଞ୍ଜିଳିକାଟୁ (୮/୯) : ହିଞ୍ଜିଳି ଥାନା ପିତଳ ଋଷିକୁଲ୍ୟା ନଦୀ ପାଣିରେ ବୁଡି ଜୈନିକା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ସନ୍ତୋଷ ପୂର ପିତଳ ଗ୍ରାମ ଖରୁଡା ସାହିର କ୍ରିଷ୍ଣାମଣି ପାତ୍ର । ଏ ନେଇ ହିଞ୍ଜିଳି ଥାନାରେ କେଶ ନମ୍ବର ୨୪/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି। ପ୍ରକାଶ ଯେ, ପ୍ରତିଦିନ ପରି ଗୁରୁବାର ମଧ୍ୟାହ୍ନରେ ସ୍ନାନ କରିବା ପାଇଁ ବୃଦ୍ଧା ଜଣଙ୍କ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀକୁ ଯାଇଥିଲା । ଦୀର୍ଘ ସମୟ ଧରି ବୃଦ୍ଧା ଜଣଙ୍କ ଘରକୁ ନଫେରିବାରୁ ପରିବାର ଲୋକେ ନଦୀ ନିକଟରେ ଖୋଜାଖୋଜି କରିଥିଲେ ମଧ୍ୟ ବୃଦ୍ଧାଙ୍କ ସନ୍ଧାନ ମିଳିନଥିଲା। ବୃଦ୍ଧା ସାଙ୍ଗରେ ନେଇଥିବା ବାଲଟି ଓ ଲୋଟା ନଦୀକୂଳ ଊତରେଶ୍ଵର ନଦୀ ତୋଠ ରେ ପଡିଥିବା ଦେଖି ପରିବାର ଲୋକେ ଗ୍ରାମର କିଛି ଲୋକଙ୍କୁ ଜଣାଇଥିଲେ। ଗ୍ରାମର କିଛି ଲୋକେ ନଦୀ ନିକଟରେ ପହଞ୍ଚି ଖୋଜାଖୋଜି କରିବା ସମୟରେ ନଦୀ ନିକଟସ୍ଥ ଉତ୍ତରେଶ୍ବର ସ୍ମଶାନ ନିକଟ ନଦୀକୂଳରେ ବୃଦ୍ଧାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହକୁ ଜବତ କରିଛି।

ad-week
Leave A Reply

Your email address will not be published.