ବିଦ୍ୟୁତ ଆଘାତରେ ଠିକା କର୍ମଚାରୀ ଗୁରୁତର

add-all

ହିଂଜିଳିକାଟୁ (୮।୯) : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଡି ପାଟପୁର ଓ ଶିଖରପୁର ରାସ୍ତା ମଧ୍ୟରେ ୧୧ କେଭି ଲାଇନ ମରାମତି କାର୍ଯ୍ୟ କରୁଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଜଣେ ଠିକା କର୍ମଚାରୀ ବିଦ୍ୟୁତ ଆଘାତ ପାଇ ଗୁରୁତର ହୋଇଛନ୍ତି। ଗୁରୁତର କର୍ମଚାରୀ ଜଣଙ୍କ ଧର୍ମ ଟୁଡୁ(୨୨) । ସେ ଝାଡ଼ଖଣ୍ଡ ରାଜ୍ୟର ସ୍ଥାୟୀ ବାସିନ୍ଦା ଅଟନ୍ତି। ଟାଟା ପାଓ୍ବାର ନିମନ୍ତେ ପ୍ରୋଜେକ୍ଟ ମରାମତି ପାଇଁ ନିୟୋଜିତ ଅନ୍ୟ ଏକ ଘରୋଇ କମ୍ପାନୀ ଭଅଁର କଷ୍ଟ୍ରାକସନ ନିମନ୍ତେ ସେ କାର୍ଯ୍ୟ କରୁଥିଲେ। ଗୁରୁବାର ସକାଳ ୮ରୁ ମଧ୍ୟାହ୍ନ ୧ଘଣ୍ଟ ପର୍ଯ୍ୟନ୍ତ ୧୧କେଭି ଲାଇନ ଶିଖରପୁର ଓ ଡି ପାଟପୁର ଠାରେ ପ୍ରୋଜେକ୍ଟ ମରାମତି ପାଇଁ ବୁଧବାର ଠାରୁ ଘୋଷଣା ହୋଇଥିଲା।ଏହି କ୍ରମରେ ଗୁରୁବାର ପୂର୍ବାହ୍ନରେ ମରାମତି ପାଇଁ ଡି ପାଟପୁର ଓ ଶିଖରପୁର ରାସ୍ତା କଡ଼ରେ ୧୧ କେଭି ଲାଇନ ଖୁଣ୍ଟ ମରାମତି ପାଇଁ ଟୁଡୁ ବିଦ୍ୟୁତ ଖୁଣ୍ଟ ରେ ଚଢିଥିଲେ। ତେବେ ସେ ବିଦ୍ୟୁତ ଆଘାତ ପାଇ ଖୁଣ୍ଟ ଉପରେ ଝୁଲି ରହିଥିଲେ। ପରେ ତାଙ୍କୁ ଅନ୍ୟ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଗୁରୁତର ଟୁଡୁ ଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିଲା। ସେଠାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି।
ହିଞ୍ଜିଳିକାଟୁ ଡିଭିଜନରସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ ଘଟଣା ନେଇ କହିଛନ୍ତି ଯେ, ଗୁରୁବାର ପୂର୍ବାହ୍ନରେ ଭାବନ୍ଧ ଫିଡରରେ ପ୍ରୋଜେକ୍ଟ କାର୍ଯ୍ୟ ପାଇଁ ଶିଖରପୁର ନିକଟରେ ବିଦ୍ୟୁତ ଖୁଣ୍ଟ ଚିହ୍ନଟ ହୋଇଥିଲା। ସେହି ଅନୁସାରେ ଭାବନ୍ଧ ଫିଡରରୁ ବିଦ୍ୟୁତ କାଟ ହୋଇଥିଲା। କିନ୍ତୁ ଭୁଲରେ କର୍ମଚାରୀ ଜଣକ ନିକଟରେ ଥିବା ଅନ୍ୟ ଏକ ଖୁଣ୍ଟ ରେ ଚଢିଯିବାରୁ ଏପରି ଘଟିଛି । ପ୍ରୋଜେକ୍ଟ କାମ ବେଳେ ଏପରି ଗୁରୁତର ଦାୟିତ୍ଵ ହୀନତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ହେଉଛି।

ad-week
Leave A Reply

Your email address will not be published.