
ଚିତ୍ରକୋଣ୍ଡା(୧୦/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା, ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ବନ୍ଦାମାମୁଡି,ବଡ଼ପଦର ଓ ରେଖାପାଲି ମୁଖ୍ୟ ରାସ୍ତାରେ ମଧ୍ୟରେ ଗାଡ଼ି ଚେକିଂ ସମୟରେ ରେଖାପାଲି ଆଡ଼ୁ ଏକ ବ୍ଲୁ ରଙ୍ଗର ଟ୍ରାକ୍ଟର ଆସୁଥିଲା ପୁଲିସ ଟିମକୁ ଦେଖି ଟ୍ରାକ୍ଟର ଡ୍ରାଇଭର ସହିତ ଦୁଇଜଣ ଜଙ୍ଗଲ ଆଡକୁ ଦୌଡିବାକୁ ଲାଗିଲେ ପୁଲିସ ଟିମ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ପୁଲିସ ଜବତ ଟ୍ରାକ୍ଟରରୁ ୨୯ ଜରି ବସ୍ତା ଗଞ୍ଜେଇ ବ୍ୟାଗ ରୁ ୦୬ କୁଇଣ୍ଟାଲ ୮୩ କେଜି ୮୯୦ ଗ୍ରାମ ଗଂଜେଇ ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁଯାୟୀ ଗଲା କାଲି ମାଧ୍ୟାର୍ଣ୍ଣ ୦୧.୨୫ ମିନିଟ ସମୟରେରେ ଚିତ୍ରକୁଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡା ପୋଲିସ ର ଏକ ଟିମ ବନ୍ଦାମାମୁଡି, ବଡପଦର ଓ ରେଖାପାଲି ଅଞ୍ଚଳର ମୁଖ୍ୟ ରାସ୍ତା ମଧ୍ୟରେ ପେଟ୍ରୋଲିଂ ଓ ଯାନବାହନ ଯାଞ୍ଚ କରୁଥିବା ସମୟରେ ଗୋଟିଏ ବ୍ଲୁ କଲର ଟ୍ରାକ୍ଟର ଗାଡ଼ି ନମ୍ବର 480USJT ରେଖାପାଲି ପଟରୁ ଆସୁଥିଲା ପୁଲିସ ଟିମ ଯାଞ୍ଚ କରୁଥିବା ଦେଖି ଟ୍ରାକ୍ଟର ଗାଡିକୁ ଛାଡ଼ିଦେଇ ଡ୍ରାଇଭର ଏବଂ ଦୁଇ ଅଭିଯୁକ୍ତ ଜଙ୍ଗଲ ଆଡକୁ ଦୌଡିବାକୁ ଲାଗିଲେ ପୁଲିସ ତିନି ଜଣ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲେ l ପୁଲିସ ଟ୍ରାକ୍ଟର ତଲାସି କଲା ବେଳକୁ କାର ଗାଡ଼ି ଭିତରୁ ୨୯ଟି ଜରି ବ୍ୟାଗ ଗଞ୍ଜେଇ ବ୍ୟାଗ ରେ ଦେଖିବାକୁ ପାଇଥିଲେ l ଗଞ୍ଜେଇ ବ୍ୟାଗ, ଟ୍ରାକ୍ଟର ସହିତ ତିନି ଜଣ ଅଭିଯୁକ୍ତ କୁ ଗିରଫ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲା,ଚିତ୍ରକୋଣ୍ଡା ଥାନା କେଶ ନମ୍ବର -୧୧୪/୨୦୨୨ ଅନୁଯାଇ, ମିଳିଥିବା ୨୯ ଗୋଟି ଗଞ୍ଜେଇ ବ୍ୟାଗ ରୁ ଏକ କୁଇଣ୍ଟାଲ 683କେଜି ୮୯୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା, ଟ୍ରାକ୍ଟର ଜବତ କରି ତିନି ଜଣ ଅଭିଯୁକ୍ତ ମାଲକାନଗିରି ଜିଲା ପାପରମେଟେଲା ଥାନା ଅନ୍ତର୍ଭୂକ୍ତ ଲୁଚାପାଣି ଗ୍ରାମର ସିଟି ଖିଲ, ପିତା ରାମଖିଲ, ବୟସ ୨୬ ଏବଂ ବାସୁଦେବ ଜାଲା, ପିତା ଜଗତରାଏ ଜାଲା ବୟସ ୨୨ ଓ ଯନ୍ତାପାଇ ଗ୍ରାମର ଦେବେନ୍ଦ୍ର କିଞ୍ଚଇ, ପିତା ସୁବା କିଞ୍ଚଇ ବୟସ ୨୨ କୁ ଆଜି କୋଟ ଚାଲାଣ କରାଯାଇଛି ଉକ୍ତ ଗଞ୍ଜେଇ ଚିତ୍ରକୋଣ୍ଡା ଅଂଚଳରୁ ଆନ୍ଧ୍ର ପ୍ରଦେଶ କୁ ଚାଲାଣ କରାଯାଉଥିବା ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦେବେଦୀ ସୂଚନା ପ୍ରଦାନ କରିଛନ୍ତି l