ଜେଲ୍ ଗଲେ ଡିଏସପି ଇନଚାର୍ଜ: ୨ କୋଟିର ସଂପତ୍ତି ଠାବ, ଶାଶୁ ଓ ଶାଳକଙ୍କ ନାଁରେ ବେନାମୀ ସଂପତ୍ତି

add-all

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଡିଏସପି ଇନଚାର୍ଜ ଅଭିନବ ଡାଳୁଆଙ୍କୁ ୨ ଦିନ ରିମାଣ୍ଡରେ ନେଲା ପରେ ଭିଜିଲାନ୍ସ ତାଙ୍କ ସଂପର୍କରେ ବହୁ ତଥ୍ୟ ହାସଲ କରିଛି। ଗତ ୮ରୁ ୧୦ ତାରିଖ ଯାଏ ତାଙ୍କୁ ଭିଜିଲାନ୍ସ ରିମାଣ୍ଡରେ ନେଇଥିଲା।
ଏହି ସମୟରେ ଶ୍ରୀ ଡାଳୁଆଙ୍କ ୧୪ଟି ପ୍ଲଟ ଠାବ ହୋଇଥିବା ବେଳେ ଏକ ଦୁଇ ମହଲା କୋଠା ବି ରହିଥିବା ନେଇ ଭିଜିଲାନ୍ସ, ପକ୍ଷରୁ ସୂଚନା ଦିଆଯାଇଛି।

ଜଟଣୀ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର ଏବଂ କେନ୍ଦୁଝରରରେ ଉପରୋକ୍ତ ପ୍ଲଟ୍ ଠାବ ହୋଇଛି। ଏପରିକି ଶାଶୁ ଓ ଶାଳକଙ୍କ ନାଁରେ ଅଭିନବ ଡାଳୁଆ ବେନାମୀ ସଂପତ୍ତି କିଣିଥିବା ମଧ୍ୟ ସୂଚନା ଦିଆଯାଇଛି। ଅଭିନବ ଡାଳୁଆ ନିଜ ନାମରେ ଥିବା ଖୋର୍ଦ୍ଧା ଜିଲ୍ଲାର ରାମଚନ୍ଦ୍ରପୁରଠାରେ ପ୍ଲଟରେ ଏକ ଦୁଇମହଲା କୋଠା ନିର୍ମାଣ କରିଛନ୍ତି। ଉପରୋକ୍ତ ସଂପତ୍ତିର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଜଣାଯାଇଛି।
ଆଜି ରିମାଣ୍ଡ ଶେଷ ହେବା ପରେ ଶ୍ରୀ ଡାଲୁଆଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।ସେଠାରୁ ତାଙ୍କୁ ଢେଙ୍କାନାଳ ଜେଲ୍କୁ ପଠାଇ ଦିଆଯାଇଛି।

ad-week
Leave A Reply

Your email address will not be published.