ଜଳିଗଲା ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ପାଇପ୍‌

add-all

ପଦ୍ମପୁର : ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗୁଡ଼ିକୁ ଗଦା କରି ରଖାଯାଇଥିବା ବେଳେ ସେଗୁଡ଼ିକ ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକର ତେଲିପାଲିରେ ଘଟିଛି ଏହି ଘଟଣା। ତେଲପାଲିର ଏକ ପଡ଼ିଆରେ ଏହି ପ୍ଲାଷ୍ଟିକ୍ ପାଇପ୍ ଗୁଡ଼ିକୁ ରଖାଯାଇଥିଲା।

କୌଣସି କାରଣରୁ ରାତି ପ୍ରାୟ ୨ଟା ବେଳେ ପାଇପ୍‌ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ପାଇପ୍‌ ଗୁଡ଼ିକ ହୁତୁହୁତୁ ହୋଇ ଜଳିଥିଲା। ଖବର ପାଇ ଅଗ୍ନଶମ ବାହିନୀ ଓ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ୍ତ କରିଥିଲେ।

ପୁଲିସ ଘଟଣାର ତଦନ୍ତ କରୁଛି। କେଉଁ କରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ଓ ଲକ୍ଷ ଲକ୍ଷ ଟଙ୍କାର ପାଇପ୍ ଜଳିଗଲା, ସେ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ପାଇପ୍‌ ଗୁଡ଼ିକ ପୋଡ଼ି ପାଉଁଶ ହୋଇ ଯାଇଥିବାରୁ ଜଳ ଯୋଗାଣ ପ୍ରକଳ୍ପ ପାଇଁ ପାଇପ ବିଛା କାମ ବିଳମ୍ବ ହେବା ଆଶଙ୍କା ମଧ୍ୟ ଦେଖାଯାଇଛି।

ad-week
Leave A Reply

Your email address will not be published.