ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ସମ୍ମାନ ପାଇଲେ ଅଭିନେତା ସୌରଭ ନନ୍ଦ

add-all

ଫୁଲବାଣୀ : ନାଗେଶ୍ଵର ଫିଲ୍ମ ପ୍ରଡକ୍ସନ ପକ୍ଷରୁ ରାଜ୍ୟ ସ୍ତରୀୟ ସିନେ ସାହିତ୍ୟ ଆୱାର୍ଡ଼ -୨୦୨୨ ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୧୧ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ମାନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଶାସକ ତଥା ପୂର୍ବତନ ସ୍ବାସ୍ଥ୍ୟ ସଚିବ ଓ ରାଜ୍ୟ ନିର୍ବାଚନ କମିଶନର ,ଓଡ଼ିଶା ରବିନାରାୟଣ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତରନାଥ ନାଥ ପ୍ରଭୁ ଶ୍ରଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ସମ୍ମାନ କାର୍ଯ୍ୟକ୍ରମ ଉଦଘାଟନ କରାଯାଇ ଥିଲା। ନାଗେଶ୍ଵର ଫିଲ୍ମ ପ୍ରଡକ୍ସନର ମୁଖ୍ୟ ଅଶୋକ ଘଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରମାଦେବୀ ମହିଳା ମହାବିଦ୍ୟାଳୟ ଭୁବନେଶ୍ୱରର ପ୍ରାକ୍ତନ ଅଧ୍ୟକ୍ଷା ଡ଼. ଶକୁନ୍ତଳା ବଳିଆର ସିଂହ ସମ୍ମାନୀତ ଅତିଥି, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ହରେକୃଷ୍ଣ ଦାସ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଲେଖିକା ସୌଦାମିନୀ ସାମନ୍ତରାୟ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ନିଜେ ସୌରଭ ଏବଂ ତାଙ୍କ ମିଠା ମିଠା କଥାରେ ବାନ୍ଧି ରଖିଥିଲେ ଦର୍ଶକ ମାନଙ୍କୁ ।ଶେଷରେ ସୁଧା ପଟ୍ଟନାୟକ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲାର ସୁଯୋଗ୍ୟ ସନ୍ତାନ ତଥା ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସୌରଭଙ୍କୁ ତାଙ୍କର ନିଖୁଣ ଅଭିନୟ ପାଇଁ “ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ସମ୍ମାନ” ସମ୍ମାନରେ ସମ୍ମାନୀତ କରାଯାଇଥିଲା। ମଞ୍ଚାସୀନ ଅତିଥି ମାନେ ଶ୍ରୀ ନନ୍ଦଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ମାନୀତ ତଥା ସମ୍ବର୍ଦ୍ଧିତ କରିଥିଲେ।

ad-week
Leave A Reply

Your email address will not be published.