ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନୀତ

add-all

ଫୁଲବାଣୀ : କନ୍ଧମାଳର ଜନପ୍ରିୟ ତଥା ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମୟୁରଭଞ୍ଜର ବଡ଼ସାହିସ୍ଥ ବାଣୀପୀଠ ସାହିତ୍ୟ ଅନୁଷ୍ଠାନ ତରଫରୁ ବାଣୀପୀଠ ମହୋତ୍ସବ ୨୦୨୨ ଅବସରରେ ବାଣୀପ୍ରଜ୍ଞା ସମ୍ମାନରେ ସମ୍ମାନୀତ କରାଯାଇଛି।ଡ଼ଃ ମହାପାତ୍ରଙ୍କ ସାମଗ୍ରିକ ସାହିତ୍ୟ ସାଧନା ଆଧାରରେ ତାଙ୍କୁ ଏହି ସମ୍ମାନ ପ୍ରାପ୍ତ ହୋଇଛି।ଆୟୋଜିତ ବର୍ଣ୍ଣାଢ୍ୟ ରାଜ୍ୟ ସ୍ତରୀୟ କବି ଓ ଲେଖକ ସମାବେଶରେ ପ୍ରଫେସର ଯନ୍ତ୍ରଣା ପରୀକ୍ଷିତ,ପ୍ରଫେସର ହିରାଲାଲ ଦାଶ୍,ପ୍ରାଧ୍ୟାପକ ସୁବାଷ ନାୟକ,ଡ଼ଃ ସତ୍ୟ ନାରାୟଣ ପଣ୍ଡା,ଅସିତ କୁମାର ପାତ୍ର,ଶରତ ଚନ୍ଦ୍ର ନାୟକ, ସର୍ବେଶ୍ୱର ଜେନା,ଡ଼ଃ ଵିଜୟ ଚନ୍ଦ୍ର ମହାରଣା,ପୂର୍ଣ୍ଣ ଚନ୍ଦ୍ର ବୁଗୁଡ଼େଇ,ବିଧାୟକ ସନାତନ ବିଜୁଳି,ସୁବସିନୀ ଜେନା,ସୁର୍ଯ୍ୟ ମଣି ବେହେରା,ସୁବାଷ ଚନ୍ଦ୍ର ପାତ୍ର,ଲକ୍ଷ୍ମୀ ଧର ଦାସ,ପଦ୍ମନାଭ ସାହୁ,ସରୋଜିନୀ ରଥ,ଡ଼ଃ ଲକ୍ଷ୍ମଣ ସାହୁ ପ୍ରମୁଖ ଯୋଗଦେଇଥିଲେ।ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ ଡ଼ଃ ମହାପାତ୍ରଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।ସେ ମଧ୍ୟ ପୁରୁଣିଆ ମୟୁରଭଞ୍ଜର ବଣମଲ୍ଲି ସାହିତ୍ୟ ସଂସଦ ତରଫରୁ ବଣମଲ୍ଲି ଭକ୍ତିଧାରା ସମ୍ମାନରେ ସଂମ୍ମାନୀତ ହୋଇଛନ୍ତି।ଏହି ଗୌରବ ପାଇଁ
ଫୁଲବାଣୀର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ତାଙ୍କର ଏ ସାରସ୍ୱତ ସାଧନା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.