ବିଧାୟକ ଜିଗ୍ନେଶ ମେୱାନୀ ଦୋଷୀ ସାବ୍ୟସ୍ତ, ଯିବେ ଜେଲ…

add-all

ଅହମ୍ମଦାବାଦ: ଦଳିତ ନେତା ତଥା ବିଧାୟକ ଜିଗ୍ନେଶ ମେୱାନୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଏକ ମାମଲାରେ ୬ ମାସ ଜେଲ ଦଣ୍ଡ ହୋଇଛି। ୨୦୧୬ ମାମଲାରେ ତାଙ୍କୁ ଏହି ଜେଲ ଦଣ୍ଡ ହୋଇଛି। ଶୁକ୍ରବାର ଅହମ୍ମଦାବାଦର ଏକ କୋର୍ଟ ଜିଗ୍ନେଶଙ୍କ ସମେତ ୧୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ୨୦୧୬ରେ ଗୁଜରାଟ ୟୁନିଭର୍ସିଟି ଲ’ଭବନ ବିଲଡିଂ ନାମ ପରିବର୍ତ୍ତନ କରି ବି.ଆର. ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ଦାବି କରାଯାଇଥିଲା। ସେତେବେଳେ ଜିଗ୍ନେଶଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଜୋରଦାର କରାଯାଇଥିଲା। ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟମାନଙ୍କୁ ୬ ମାସ ଲେଖାଁଏ ଜେଲଦଣ୍ଡ ହୋଇଛି। ବେଆଇନ୍‌ ଭାବେ ଏକାଠି ହେବା ଅଭିଯୋଗରେ ଜିଗ୍ନେଶ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ପୂର୍ବରୁ କଂଗ୍ରେସ ବିଧାୟକ ଜିଗ୍ନେଶ ମେୱନୀଙ୍କୁ ଗୁଜରାଟର ଏକ କୋର୍ଟ ୩ମାସ ଜେଲ ଦଣ୍ଡ ଶୁଣାଇଥିଲେ । ମହେସାଣା କୋର୍ଟ ତାଙ୍କୁ ତିନିମାସ ପାଇଁ ଦଣ୍ଡିତ କରିବା ସହ ୧ ହଜାର ଟଙ୍କା ଜରିମାନା ଦେବାକୁ କହିଥିଳେ । ଜିଗ୍ନେଶ ମେୱାନୀଙ୍କ ସହ ଏନସିପି ନେତ୍ରୀ ରେଶମା ପଟେଲ ଏବଂ ସୁବୋଧ ପରମାରଙ୍କୁ ମଧ୍ୟ ତିନିମାସ ପାଇଁ ଦଣ୍ଡିତ କରାଯାଇଥିଳା। ୫ବର୍ଷ ପୂର୍ବେ ବିନା ଅନୁମତିରେ ରାଲି କରିଥିବାରୁ ସମୁଦାୟ ୧୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମହେସାଣା କୋର୍ଟ। ଦଣ୍ଡିତ ହୋଇଥିବା ୧୨ଜଣ ଦୋଷୀ ୨୦୧୭ରେ ଆଜାଦୀ କୁଚ୍ ରାଲି କରିଥିଲେ। ଉନାରେ ଦଳିତଙ୍କୁ ମାଡ଼ ମରାଯିବା ମାମଲା ସାମ୍ନାକୁ ଆସିବା ପରେ, ଜୁଲାଇ ୧୨, ୨୦୧୭ରେ ‘ଆଜାଦୁ କୁଚ’ ନାମକ ଆନ୍ଦୋଳନ କରାଯାଇଥିଲା।
ଏହି ରାଲି ପରେ ଆରୋପ ଲାଗିଥିଲା ଯେ, ବିନା ଅନୁମତିରେ ଏହି ରାଲି କରାଯାଇଥିଲା।ବିଧାୟକ ଜିଗ୍ନେଶ ମେବାନୀ, ଏନସିପି ନେତା ରେଶମା ପଟେଲ, ସୁବୋଧ ପରମାର ଏହି ରାଲି କରି ସରକାରଙ୍କ ବିଜ୍ଞପ୍ତିକୁ ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା। ପରେ ମାମଲାର ଶୁଣାଣି କରି ମହେସାଣା କୋର୍ଟ ୧୨ ଜଣଙ୍କୁ ୩ ମାସ ଜେଲଦଣ୍ଡ ଶୁଣାଇଥିଲେ। ପରେ ମହେସାଣା କୋର୍ଟ ରାୟକୁ ଚାଲେଞ୍ଜ କରି ଜିଗ୍ନେଶ ହାଇକୋର୍ଟ ଯାଇଥିଲେ। ତଳକୋର୍ଟ ରାୟକୁ ହାଇକୋର୍ଟ ରହିତାଦେଶ ଜାରି କରିଥିବା ବେଳେ ମାମଲା ଏବେ ବିଚାରଧୀନ ରହିଛି।

ad-week
Leave A Reply

Your email address will not be published.