ଇସ୍ପାତ ଶିଳ୍ପରେ ସର୍ବଭାରତୀୟ ବିକ୍ଷୋଭ ସେଲରେ ସମ୍ମାନଜନକ ବୋନସ/ଏକ୍ସଗ୍ରାସିଆ ପ୍ରଦାନ ପାଇଁ ସିଟୁର ବିକ୍ଷୋଭ…

newyr25

ରାଉରକେଲା 🙁ବସନ୍ତ କୁମାର ଜେନା): ଆଜି ବିଶ୍ରା ଛକଠାରେ ଆରଏସପି ପାୱାର ଗେଟ ଠାରେ ଏସଡ଼ବ୍ଲୁଏଫଆଇ ଆହ୍ୱାନରେ ସେଲରେ ସମ୍ମାନଜନକ ବୋନସ ପୂଜା ପୂର୍ବରୁ ପ୍ରଦାନ ଦାବିରେ ବିକ୍ଷୋଭ ସାଧାରଣ ସଂପାଦକ ବସନ୍ତ ନାୟକ ଓ ସାଧାରଣ ସଂପାଦକ ବିମାନ ମାଇତିଙ୍କ ନେତୃତ୍ୱରେ କରାଯାଇଥିଲା । ଗତ ଅଗଷ୍ଟ ୧୮ ତାରିଖ ବୋନସ ପ୍ରଦାନ ଦାବି ଓ ପରିବର୍ତନ ଦାବି ବିକ୍ଷୋଭ ପରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ବୋନସ ପାଇଁ ଏନଜେସିଏସ ବୈଠକ ଅନୁଷ୍ଠିତ ହେବ । ଦୀର୍ଘ ବର୍ଷ ଧରି ସ୍କିମ ପରିବର୍ତନ କରାଯାଇ ନାହିଁ । ଯାହା ଦ୍ୱାରା ୧୫% ବୋନ ପ୍ରଦାନ ବ୍ୟବସ୍ଥା ହୋଇପାରୁନାହିଁ । ଗତ ବର୍ଷ ବୋନସ ପ୍ରଦାନ କରାଯାଇନଥିଲା । ଅନ୍ୟାନ୍ୟ ଶିଳ୍ପରେ ଶ୍ରମିକମାନେ ଲକ୍ଷାଧିକ ଟଙ୍କା ବୋନସ ପାଉଥିବାବେଳେ ଏପର୍ଯ୍ୟନ୍ତ ବୋନସ ବୈଠକ ନହେବା ବିରୁଦ୍ଧରେ ତଥା ଗତଥର ବୋନସରେ ଦୁଇଗୁଣା ସହ ଟାଟା ପରି ୨୦% ବୋନସ ପାଇବା ଦରକାର । କାର୍ଯ୍ୟକାରୀ ସଭାପତି ଶ୍ରୀମନ୍ତ ବେହେରାଙ୍କ ସଭାପତିତ୍ୱରେ ପ୍ରତିବାଦ ସଭାରେ ରତ୍ନାକର ନାୟକ, ଅଶୋକ ମିଶ୍ର, ରାଜକିଶୋର ପ୍ରଧାନ, ଅରୁ ଦାସ, ଅଜୟ ଶର୍ମା, ପ୍ରଦୀପ ସେଠୀ, କୈଳାସ ଦାସ, ଲକ୍ଷ୍ମୀଧର ନାୟକ, ଦିବାକର ମହାରଣା, ଯଜେ୍ଞଶ୍ୱର ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇ ଆସନ୍ତା ୧୯ ତାରିଖ ଏନଜେସିଏସ ବୈଠକରେ ସମାନଜନକ ବୋନସ ପ୍ରଦାନ ଓ ଠିକା ଶ୍ରମିକଙ୍କ ପାଇଁ ୨୦% ବୋନସ ଦାବି କରିଥିଲେ । ଏହା ସହିତ ଏମଓୟୁ ପରିବର୍ତନ କରି ୮୭% ୨ ଟି ଇନକ୍ରିମେଟଂ ପ୍ରଦାନ ସହ ୩୬ ମାସର ଏରିଅର, ଗ୍ରାଚୁଇଟି ଉପରୁ ସିଲିଂ ପ୍ରତ୍ୟାହାର, ଯୁବ ଶ୍ରମିକଙ୍କ ଉପରୁ ସସପେଣ୍ଡ ଓ ବଦଳୀ ପ୍ରତ୍ୟାହାର, ଠିକ ଶ୍ରମିକଙ୍କୁ ଏନଜେସିଏସର ମଜୁରୀ ଚୁକ୍ତି କରି ଏନଜେସିଏସ୍ ଚୁକ୍ତିନାମା ତୁରନ୍ତ ଶେଷ କରିବା ଦାବି କରିଥିଲେ । ଖାଲିଥିବା କ୍ୱାର୍ଟରକୁ ପ୍ରଦାନ ଯେଉଁମାନେ ବର୍ତମାନ ଅବସର ନେବେ ।ସେହି କ୍ୱାର୍ଟରକୁ ୫ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ରହିବା ଅନୁମତି ପ୍ରଦାନ, ଆଇଜିଏଚର ଅବ୍ୟବସ୍ଥାର ସହରାଂଚଳର ଶ୍ରମିକ ରହିଥିବା ସେକ୍ଟର ବିକାଶ ପାଇଁ ଦାବି କରିଥିଲେ । ଅନ୍ୟ ୟୁନିୟନମାନେ ଅନ୍ୟ ପ୍ଲାଟଂର ବୋନ ଦାବି କରିଛନ୍ତି । ଏହାକୁ ପାଇବା ପାଇଁ ସମସ୍ତ ୟୁନିୟନ ଓ ଶ୍ରମିକ ଏକ ହେବା ପାଇଁ ସିଟୁ ଦାବି କରିଥିଲା । ଆଜିର ବିକ୍ଷୋଭକୁ ସଂଗ୍ରାମ ସାମଲ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.