
ମୁମ୍ବାଇ: ଦଶହରା ରାଲିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ଶିବାଜୀ ପାର୍କରେ ଅନୁଷ୍ଠିତ ହେବାକୁ ଥିବା ଦଶହରା ମେଳା ସଂପର୍କରେ ବିଏମସି ପକ୍ଷରୁ ଏପର୍ଯ୍ୟନ୍ତ କାହାକୁ ଅନୁମତି ମିଳିନଥିବାବେଳେ ରିପୋର୍ଟ ହୋଇଛି ଯେ ବିଏମସି ଉଭୟ ପକ୍ଷର ଆବେଦନ ଉପରେ ଦ୍ୱନ୍ଦ୍ୱରେ ପଡିଛି । ଅନ୍ୟପକ୍ଷରେ ଉଦ୍ଧବ ଠାକରେ ମାତୋଶ୍ରୀ ଠାରେ ଏକ ସଭା ଡାକି ଦଶହରା ରାଲି ପାଇଁ କର୍ମୀଙ୍କୁ ଏକତ୍ର କରିବାକୁ କହିଛନ୍ତି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଶିବସେନା ନେତା ନାରାୟଣ ରାଣେ ଉଦ୍ଧବଙ୍କ ଉପରେ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଶିବସେନାକୁ ରାଲି କରିବାକୁ ପଡିଆ ମିଳୁନାହିଁ | ପ୍ରକୃତ ଶିବସେନା ସିନ୍ଦେଙ୍କର ହୋଇଥିବାବେଳେ ଆଗାମୀ ଦିନରେ ତାଙ୍କୁ ଦଳର ପ୍ରତୀକ ଧନୁତୀର ମଧ୍ୟ ମିଳିବ |
ବାସ୍ତବରେ ଦଶହରା ଯେତିକି ପାଖେଇ ଆସୁଛି ମୁମ୍ବାଇରେ ବୟାନ ଯୁଦ୍ଧ ବୃଦ୍ଧି ପାଇଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କ୍ରମାଗତ ଭାବରେ କହୁଛନ୍ତି ଯେ ପ୍ରତିବର୍ଷ ଭଳି ଶିବସେନା ମଧ୍ୟ ଶିବାଜୀ ପାର୍କରେ ଦଶହରା ରାଲିର ଆୟୋଜନ କରିବେ। ଅନ୍ୟପକ୍ଷରେ, ସିନ୍ଦେ ଗୋଷ୍ଠୀ ପକ୍ଷରୁ ମଧ୍ୟ ବିଏମସିକୁ ରାଲି କରିବାକୁ ଅନୁମତି ଦେବାକୁ ଆବେଦନ କରାଯାଇଛି । ସିନ୍ଦେ ଗୋଷ୍ଠୀ ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହି ଶିବାଜୀ ପାର୍କରେ ଦଶହରା ରାଲି କରିବାକୁ ଦାବି କରୁଛନ୍ତି। ବିଏମସି ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ନିଷ୍ପତ୍ତି ନେଇନାହିଁ।
ତେବେ ଉଦ୍ଧବ ଠାକରେ ମାତୋଶ୍ରୀରେ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ଉଦ୍ଧବ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଶିବସେନା ଶିବାଜୀ ପାର୍କରେ ଦଶହରା ରାଲିର ଆୟୋଜନ କରିବ। ସେ ସିନ୍ଦେ ଗୋଷ୍ଠୀକୁ ଠକ ବୋଲି କହିବା ସହ ଉଦ୍ଧବ ନେତାମାନଙ୍କୁ ବହୁ ସଂଖ୍ୟକ କର୍ମୀଙ୍କୁ ଡାକିବା ଏବଂ ଦଶହରା ରାଲି ପାଇଁ ଜନସମାଗମ କରିବାକୁ କହିଛନ୍ତି। ସେପଟେ ଶନିବାର କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଉଦ୍ଧବ ଠାକରେଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ପ୍ରକୃତ ଶିବସେନା (ଏକନାଥ) ସିନ୍ଦେଙ୍କର ହୋଇଥିବାବେଳେ ଆଗାମୀ ଦିନରେ ସେ ରାଲି ପାଇଁ ଅନୁମତି ପାଇବେ ଏବଂ ଧନୁତୀର ମଧ୍ୟ ପାଇବେ |