ଜନ୍ମଦିନରେ ନିଜ ମା’ଙ୍କ ଆଶୀର୍ବାଦ ନେଇ ପାରିଲେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ

add-all

ନୂଆଦିଲ୍ଲୀ: ଜନ୍ମଦିନରେ ନିଜ ମା’ଙ୍କ ଆର୍ଶୀବାଦ ନେଇ ପାରିଲେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମଦିନ ଅବସରରେ ଶନିବାର ସକାଳେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାକୁ ଛାଡ଼ିଥିଲେ। ଏହି ସମୟରେ ସେ କହିଥିଲେ ଯେ, ଲୋକଙ୍କୁ ଜଙ୍ଗଲରେ ଚିତା ଦେଖିବା ପାଇଁ କିଛି ମାସ ଅପେକ୍ଷା କରିବାକୁ ପଡିବ। ଏହା ସହ ସେ ତାଙ୍କ ଜନ୍ମଦିନରେ ମା’ ହୀରାବେନଙ୍କ ଆଶୀର୍ବାଦ ନେଇପାରିନଥିବା କଥା କହିଥିଲେ।
ଶ୍ୟୋପୁରରେ ଅନୁଷ୍ଠିତ ‘ସେଲ୍ଫ ହେଲ୍ପ ଗ୍ରୁପ କନଫରେନ୍ସ’କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ‌ଯେ, ମୋ ଜନ୍ମଦିନରେ ସାଧାରଣତଃ ମୋର ପ୍ରୟାସ ଥାଏ ଯେ ମୁଁ ମୋ ମା’ଙ୍କ ପାଖକୁ ଯିବି, ତାଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିବି। ହେଲେ ଆଜି ମୁଁ ମୋ ମା’ଙ୍କ ପାଖକୁ ଯାଇପାରିଲି ନାହିଁ। କିନ୍ତୁ ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳରେ, ଗ୍ରାମରେ କଠିନ ପରିଶ୍ରମ କରୁଥିବା ଲକ୍ଷ ଲକ୍ଷ ମା’ ଆଜି ମୋତେ ଆଶୀର୍ବାଦ ଦେଉଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଗତ ଶତାବ୍ଦୀର ଭାରତ ଏବଂ ଏହି ଶତାବ୍ଦୀର ନୂତନ ଭାରତ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ଏବେ ସବୁ ସ୍ଥାନରେ ନାରୀ ଶକ୍ତି ପ୍ରତିନିଧିତ୍ୱ କରୁଛି। ଆଜିର ନୂଆ ଭାରତରେ ପଞ୍ଚାୟତ ଭବନରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମହିଳାଙ୍କୁ ଗୁରୁତ୍ବ ଦିଆଯାଇଛି। ଯେକୌଣସି କ୍ଷେତ୍ରରେ ବା କାମରେ ମହିଳାମାନେ ପ୍ରତିନିଧିତ୍ୱ କରିଥାନ୍ତି, ସେହି କାର୍ଯ୍ୟରେ ସଫଳତା ଆପେ ଆପେ ସ୍ଥିର ହୋଇଯାଇଥାଏ।। ସ୍ବଚ୍ଛ ଭାରତ ଅଭିଯାନର ସଫଳତା ହେଉଛି ଏହାର ଏକ ଭଲ ଉଦାହରଣ, ଯାହା ମହିଳାମାନଙ୍କ ଦ୍ୱାରା ପରିଚାଳିତ ହୋଇଛି।

ad-week
Leave A Reply

Your email address will not be published.