ଧରାବତରଣ କଲେ ଦେବଶିଳ୍ପୀ ଵିଶ୍ଵକର୍ମା

add-all

ହିଞ୍ଜିଳିକାଟୁ (୧୭/୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ କଲେଜଛକ ନିକଟ ବରାହୀ ପାହାଡ ପାଦଦେଶରେ ଅବସ୍ଥିତ ଥିବା ବିଶ୍ବକର୍ମା ମନ୍ଦିରରେ ପୂର୍ବଖଣ୍ଡ ତାଲୁକା ସଭାପତି ଅଜୟ କୂମାର ମହାରଣା ଙ୍କ ସଭାପତିତ୍ବରେ ମହାରଣା କୂଳ ପକ୍ଷରୁ ଦେବଶିଳ୍ପୀ ବିଶ୍ବକର୍ମା ଙ୍କ ପୂଜାଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ତାଲୁକା ପକ୍ଷରୁ ସମାଜର ଉନ୍ନତି ଓ ଵାର୍ଷିକି ବିବରଣୀ ପାଠ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ବକର୍ମା ମନ୍ଦିରର ପରିଚାଳନା ସଭାପତି ସିମାଚଂଳ ମହାରଣା ,ସୁଶାନ୍ତ କୁମାର ମହାରଣା, ପ୍ରମୋଦ କୁମାର ମହାରଣା, ପ୍ରଭାତ ମହାରଣା, ଚିତ୍ତ ରଞ୍ଜନ ମହାରଣା, ରାମକୃଷ୍ଣ ମହାରଣା, ଗୋପାଳ କୃଷ୍ଣ ମହାରଣା, ମହାରଣା ଜାତିଭାଈ ମିଳିତ ହୋଇ ମନ୍ଦିର ଉନ୍ନତି ନିମନ୍ତେ ଆଲୋଚନା ହୋଇଥିଲା ଶେଷରେ ଵହୂ ଶ୍ରଦ୍ଧାଳୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁରୂପ ଭାବେପୂର୍ବଖଣ୍ଡ ତାଲୁକା ବଢେଇ କୂଳର ହିଞ୍ଜିଳି ବ୍ଳକ ଭାବନ୍ଧ ବିଶ୍ବକର୍ମା ମନ୍ଦିରରେ ଵିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହୋଇଥିଲା। , ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ, ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ, ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୋଚିଲିମା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସହ ଵିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଓ ବେସରକାରୀ ସଂସ୍ଥା ପକ୍ଷରୁ ଦେବଶିଳ୍ପୀ ବିଶ୍ବକର୍ମା ଙ୍କ ପୂଜାଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ad-week
Leave A Reply

Your email address will not be published.