ଔଷଧ ନିୟନ୍ତ୍ରକ ବିଭାଗର ଚଢ଼ଉ: ଜବତ ରକ୍ତଚାପ ଔଷଧ ନକଲି ଥିବା ସ୍ପଷ୍ଟ କଲେ କଟକ ଡିସିପି

newyr25

କଟକ ୧୭/୦୯: କଟକରେ ଥିବା ବିଭିନ୍ନ ଔଷଧ ଦୋକାନରୁ ଔଷଧ ନିୟନ୍ତ୍ରକ ବିଭାଗ ପକ୍ଷରୁ ଜବତ ହୋଇଥିବା ରକ୍ତଚାପ ଔଷଧ ନକଲି ଵୋଲି ସ୍ପଷ୍ଟ ହୋଇଛି। କଟକ ଡିସିପି ପିନାକ ମିଶ୍ର ଏହା ସ୍ପଷ୍ଟ କରିଛନ୍ତି। ଭୁବନେଶ୍ବର ପରୀକ୍ଷାଗାରକୁ ଏହି ଔଷଧର ନମୁନା ପରୀକ୍ଷା କରି ପାଇଁ ପଠାଯାଇଥିଲା। ପରେ ଔଷଧ ନିୟନ୍ତ୍ରକ ଵିଭାଗ ପରୀକ୍ଷା ରିପୋର୍ଟ ବିଷୟରେ ଡିସିପଙ୍କୁ ଜଣାଇଛନ୍ତି। ଜଵତ  ହୋଇଥିବା ନକଲି ଟେଲମା ଔଷଧ ଵ୍ୟଵହାର ଉପଯୋଗୀ ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିବା ଡିସିପି ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ ଏହି ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି ବୋଲି ଡିସିପି କହିଛନ୍ତି। ମୁଖ୍ୟତଃ ନକଲି ଔଷଧ ରାଜ୍ୟକୁ କେଉଁ ଜାଗାରୁ ଆସୁଥିଲା ଓ ଏହାର ମୁଖ୍ୟ ଅଭିଯୁକ୍ତ କିଏ ଏବିଷୟରେ ପୋଲିସ ତଥ୍ୟ ପାଇଛି ବୋଲି ଡିସିପି ଜଣାଇଛନ୍ତି। ରାଜ୍ୟ ଵାହାରେ ଥିବା ଏହି ମୁଖ୍ୟ ଅଭିଯୁକ୍ତଙ୍କ ୨ଟି ଵ୍ୟାଙ୍କ ଆକାଉଣ୍ଟକୁ କରିଛି ପୋଲିସ ଅକାମି କରିଛି। ସମ୍ପୃକ୍ତ ଦୁଇଟି ଆକାଉଣ୍ଟରେ ୧୨ଲକ୍ଷ ଟଙ୍କା ରହିଥିବାବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ପଦକ୍ଷେପ ନେଉଥିବା ଡିସିପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.