ସାରୁ, ନନ୍ଦିକ ଓ ଆମ୍ବଗାଁ ପଚାଁୟତ ର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

add-all

ହିଞ୍ଜିଳିକାଟୁ ୧୭/୯ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶନିବାର ହିଞ୍ଜିଳି ଗସ୍ତରେ ଆସି ବହୁ ଉନ୍ନୟନ ପ୍ରକଳ୍ପ ର ସମୀକ୍ଷା କରିଛନ୍ତି। ଏ ନେଇ ଶନିବାର ହିଞ୍ଜିଳି ବ୍ଲକ୍ ର ସାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହିଞ୍ଜିଳି ବିଡିଓ ସୁଵ୍ରତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପଚାଂୟତର ଵହୁ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଓ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ପରେ ନନ୍ଦିକ ପଚାଂୟତ ଓ ଶାସନ ଆମ୍ଵଗାଁ ପଞ୍ଚାୟତ ବୁଲି ଵହୂ ଉନ୍ନୟନ କାର୍ଯ୍ୟ ତଦାରଖ କରୁଥିଲେ। ଉନ୍ନୟନ କାର୍ଯ୍ୟ ଉପରେ ସମୀକ୍ଷା କରି ଵିଭିନ୍ନ ସମସ୍ୟ ଉପରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ପଚାଁୟତ ର ସରପଞ୍ଚ, ସମୀତି ମେମ୍ବର ଙ୍କସହ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ

ad-week
Leave A Reply

Your email address will not be published.