ଖଣି ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଲା ଭିଜିଲାନ୍ସ ବିଭାଗ

add-all

ମାଲକାନଗିରି,(୧୭।୯): ଲୋକାୟୁକ୍ତ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଆକ୍ସନ ମୁଡରେ। ଗତ ୨୦୨୧ ମାର୍ଚ୍ଚ ମାସରେ କ୍ୱରି ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ସେହି ସମୟର ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ନାଁ ରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ବ ନେଇ ଜିଲ୍ଲାପାଳଙ୍କୁ ବଦଳି କରିବା ସହ ଟେଣ୍ଡର ବାତିଲ କରିଥିଲେ। ତେବେ ଏହି ଘଟଣାଟିକୁ ନେଇ ଆଇନ ଯିବି ନୃସିଂହ ମହାନ୍ତି ଲକାୟୁକ୍ତଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଘଟଣାର ପୁଙ୍ଖାନୁୁପୁଙ୍ଖ ତଦନ୍ତ କରିବାକୁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଲିକାୟୁକ୍ତ। କଟକ ଭିଜିଲାନ୍ସର ଏକ ଟିମ୍ ଏଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟେଣ୍ଡର ପ୍ରକ୍ରିୟାରେ ସାମିଲ ଥିବା ସରକାରୀ ଅଧିକାରୀଗଣ, ଅଭିଯୋଗକାରୀ, ଟେଣ୍ଡରରେ ଅଂଶଗ୍ରହଣକାରିଙ୍କୁ ପଚରା ଉଚୁରା ଜାରି ରହିଛି ।

ad-week
Leave A Reply

Your email address will not be published.