ଯୁକ୍ତ ଦୁଇ ସ୍ପଟ ନାମଲେଖା ଆରମ୍ଭ

add-all

ଭୁବ‌ନେଶ୍ବର: ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ୨ ସ୍ପଟ୍ ନାମଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହି ତାଲିକା ପ୍ରକାଶ ପାଇବା ପରେ  ସ୍ପଟ୍ ନାମଲେଖା ଶନିବାର ଦିନ ୧୨ଟାରୁ ଆରମ୍ଭ ହୋଇଛି। ୨୦ ତାରିଖ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏହା ଚାଲିବ। ପ୍ରଥମ ଦିନ ୬୮୫ଜଣ ନାମ ଲେଖାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ୨,୦୬୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପାଇଁ ୫,୦୭,୮୨୨ ସିଟ୍ ରହିଛି। ସେଥିମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୩,୬୫,୨୩୫ ସିଟରେ ନାମଲେଖା ସରିଥିବା ବେଳେ ଆଉ ୧,୪୩,୨୭୨ଟି ସିଟ୍ ବଳକା ପଡ଼ିଥିଲା। ଶନିବାର ସ୍ପଟ ନାମଲେଖା ଆରମ୍ଭ ହେବା ପରେ ଆଉ ୧,୪୨,୫୮୭ ସିଟ୍ ରହିଛି।

ad-week
Leave A Reply

Your email address will not be published.