ଚିକିଟି ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର- ୨୦୨୨

add-all

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ରେ ସୋମବାର ଦିନ ଚିକିଟି ବ୍ଲକ୍ ଓ ପିତାତୋଳି କ୍ଲଷ୍ଟର ଅନ୍ତର୍ଗତ ଉତ୍କଳ ମଣି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା, ବି ଇ ଓ, ଚିକିଟି ମୁଖ୍ୟ ଅତିଥି ଏବଂ ଏ ବି ଇ ଓ-ସି ୟୁ ଏମ-ବି ଆର ସି ସି ଶ୍ରୀଯୁକ୍ତ ପ୍ରଭାକର ସେଠୀ ଓ ଏ ବି ଇ ଓ ଶ୍ରୀଯୁକ୍ତ ସୀମାଞ୍ଚଳ ପଣ୍ଡା ଅତିଥି ରୂପେ ଯୋଗଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାନୁମତି ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସେମିନାର ରେ ପିତାତୋଳି କ୍ଲଷ୍ଟର ସି. ଆର. ସି. ସି ଶ୍ରୀ ସୁଶାନ୍ତ କୁମାର ପ୍ରଧାନ, ପିତାତୋଳି ପୂର୍ବତନ ସି. ଆର. ସି. ସି ଶ୍ରୀ ବଳରାମ ବେହେରା, ଝାଟିପଦର ସି. ଆର. ସି. ସି ଶ୍ରୀ କ୍ଷୀରସିନ୍ଧୁ ବେହେରା, ସୁନପୁର ସି. ଆର. ସି.ସି ଶ୍ରୀ ମଞ୍ଜନ କୁମାର ବେହେରା ପ୍ରମୁଖ ଯୋଗଦାନ କରିଥିଲେ।ଏହି ସେମିନାର ରେ ଚିକିଟି ବ୍ଲକର ସମୁଦାୟ ୨୯ ଜଣ ଛାତ୍ରଛାତ୍ରୀ ଓ ୨୯ ଜଣ ଗାଇଡ ଶିକ୍ଷକ ମଧ୍ୟ ଅଂଶ ଗ୍ରହଣ କରିଥିଲେ।ଚିକିଟି ବ୍ଲକ୍ ର ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ସାର ବିଜ୍ଞାନର ମହତ୍ଵ ଓ ୫ଟି ରୂପାନ୍ତରଣ ଦ୍ୱାରା ଛାତ୍ରଛାତ୍ରୀ ମାନେ କିପରି ଉପକୃତ ହେବେ ସେ ବିଷୟରେ ଅତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ।ଏହା ପରେ ଗିରିସୋଲା ମହାବିଦ୍ୟାଳୟର ଦୁଇଜଣ ଅଧ୍ୟାପକ ଶ୍ରୀଯୁକ୍ତ ଦାମୋଦର ସାବତ(ପଦାର୍ଥ ବିଜ୍ଞାନ) ଓ ଶ୍ରୀଯୁକ୍ତ ବାଦଲ ଚନ୍ଦ୍ର ଦାସ(ରସାୟନ ବିଜ୍ଞାନ) ବିଚାରକ ରୂପେ ଆମନ୍ତ୍ରିତ ହୋଇ ବିଜ୍ଞାନ ସେମିନାର କୁ ପରିଚାଳନା କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ/ଶିକ୍ଷୟତ୍ରୀ ଗଣ ଯଥା; ପ୍ରଜ୍ଞା ପ୍ରମିତା ପାଢ଼ୀ, ମନ୍ଦାକିନୀ ବେହେରା, ରାମକୃଷ୍ଣ ନାୟକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ବିଭିନ୍ନ ଗାଇଡ ଶିକ୍ଷକ ସେମିନାର ରେ ଅଂଶଗ୍ରହଣ ପୂର୍ବକ ଏହାକୁ ସାଫଲ୍ୟମଣ୍ଡିତ କରିବାରେ ସହଯୋଗ କରିଥିଲେ।ଶେଷରେ ଓଡିଶା ଆଦର୍ଶ ବିଦ୍ୟାଳୟ ପିତାତୋଳିର ଛାତ୍ର ଲକ୍ଷ୍ମୀନରସିଂହ ପାଢ଼ୀ ଏହି ବିଜ୍ଞାନ ସେମିନାର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ।ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସେମିନାର କାର୍ଯ୍ୟକ୍ରମର ପରିସମାପ୍ତି ଘଟାଇଥିଲେ।

ad-week
Leave A Reply

Your email address will not be published.