ଓବିସିଙ୍କୁ ସଂରକ୍ଷଣ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

add-all

ଦାରିଙ୍ଗବାଡ଼ି(୨୦/୯) : ଦାରିଙ୍ଗବାଡ଼ି ମିଶ୍ର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଓବିସି ମୋର୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମୀଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ଓବିସି ମୋର୍ଚା ସଭାପତି ସୁରଥ ବିଶ୍ୱାଳ ଓବିସିଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାଜ୍ୟରେ ୫୪ ପ୍ରତିଶତ ଓବିସି ବର୍ଗର ଲୋକ ରହୁଥିବା ବେଳେ କ୍ରମାଗତ ଭାବେ ଅବହେଳା କରି ଆସୁଛି ଏହି ସରକାର । କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖିଥିବା ସହ ଅନ୍ୟ ରାଜ୍ୟ ମଧ୍ୟ ଏହି ସଂରକ୍ଷଣ ବ୍ୟବସ୍ଥା ରଖିଥିବା ବେଳେ ରାଜ୍ୟ ସରକାର ଉଦେଶ୍ୟ ମୂଳକ ଭାବେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଦେଉ ନାହାନ୍ତି । ଏପରିକି ହାଇକୋର୍ଟରେ ମିଥ୍ୟା ଶପଥ ପାଠ ପ୍ରଦାନ କରିଛନ୍ତି । ଅନ୍ୟ ପକ୍ଷେ ଏହି କିଛି ଦିନ ହେବ ଇଡବ୍ଲୁଏସ ଙ୍କୁ ଇଂଜିନିୟରିରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ କାହା ପାଇଁ କେତେ ପ୍ରତି ପ୍ରତିଶତ ରହିଛି ସେନେଇ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ ଉତ୍ତର ରଖିବାକୁ କହିଥିଲେ । ଜିଲ୍ଲା ଓବିସି ମୋର୍ଚା ସଭାପତି ହରେନ କୁମାର ସାହୁ ଙ୍କ ତତ୍ୱାବଧାନ କ୍ରମେ ଏହି ସାମ୍ୱାଦିକ ସମ୍ମିଳନୀ ଆୟୋଜନ ହୋଇ ଥିବା ବେଳେ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ନାୟକ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚନା ପ୍ରଧାନ,ପଦ୍ମ ଚରଣ ଦାସ,ଦେବାଶିଷ ପ୍ରିୟଦର୍ଶିନ,ମହିଳା ମୋର୍ଚା ବିଜେପି ସଭାପତି ସ୍ମିତାରାଣୀ ମହାନ୍ତି ସମେତ ବହୁ ପଦାଧିକାରୀ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.