
ଉମରକୋଟ(୨୦/୦୯) : ଏସଏସଶାହା ଫୁଟବଲ ଟୁର୍ନାମେଣ୍ଟର ଆଜି ଅନ୍ତିମ ମ୍ୟାଚ ଅନୁଷ୍ଠିତ ହୋଇଥିଲା | ଏହି ଅନ୍ତରାଷ୍ଟୀୟ ଟୁର୍ନାମେଣ୍ଟରେ ସର୍ବମୋଟ ଦଶଟି ଦଳ ଭାଗ ନେଇଥିଲେ ସେଥିମଧ୍ୟରୁ ବଲାଙ୍ଗୀର,ଭବାନୀପାଟଣା, ଏସ ଏସ ସାହା ସ୍କ୍ୱାର୍ଡ, ୟୁ ଏଫ ଛି ନାଇଜେରିଆ, ସ୍ପୋର୍ଟ ଏକାଡେମୀ ଥିରୁ କେରଳ, ୟୋଗେଶ XI ସୁନାବେଡ଼ା, ବରଗଡ଼ ଓ ରୟାଲ କ୍ଲବ କଳାହାଣ୍ଡି, ସମସ୍ତ ଦଳ ନିଜଦଳର ଶର୍ବଶ୍ରେଷ୍ଟ ପ୍ରଦର୍ଶନ କରିଥିଲେ ସୁଦ୍ଧା ଏହି ଦଶଟି ଦଳ ମଧ୍ୟରୁ ବରଗଡ଼ ଓ ସ୍ପୋର୍ଟ ଏକାଡେମୀ ଥିରୁ କେରଳ ଫାଇନାଲରେ ପ୍ରବେଶ କରି ନିଜକୁ ସର୍ବ ଶ୍ରେଷ୍ଠ ପ୍ରତିପାଦନ କରିଥିଲେ | ଏହି ଫାଇନାଲ ଖେଳରେ ନବରଙ୍ଗପୁର ସାଂସଦ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ମାଝୀ, ରାଇଘର ବ୍ଲକ ଚେୟାରମ୍ୟାନ ନବୀନା ନାୟକ, ପୂର୍ବତନ ଏମ ଏଲ ଏ ସୁବାଷ ଗଣ୍ଡ, ଏକ ନମ୍ବର ଜ଼ିଲ୍ଲା ପରିଷଦ ଯତୀନ୍ଦ୍ରନାଥ ଗଣ୍ଡ, ଦୁଇ ନମ୍ବର ଜ଼ିଲ୍ଲା ପରିଷଦ ନାନାରା ଖରା ପ୍ରମୁଖ ଉପସ୍ଥିତ ଥିଲେ ଭାରତର ଜାତୀୟ ସଙ୍ଗୀତ ଗାନ ହେବା ପରେ ଫାଇନାଲ ଖେଳଟି ଆରମ୍ବ ହେଇଥିଲା । ବରଗଡ଼ ଦଳ ,ସୁଦୂର କେରଳ ରୁ ଆସିଥିବା ସ୍ପୋର୍ଟ ଏକାଡେମୀ ଥିରୁକୁ ଏକ ଗୋଲ ମାରିଥିଲେ ଏହାର କଡ଼ା ଜବାବ ଦେଇ କେରଳ ଦୁଇ ଗୋଲ ମାରି ବିଜୟ ହାସଲ କରି ଦର୍ଶକର ମନ ଜୟ କରିଥିଲେ, ପ୍ରକାଶଯୋଗ୍ୟ କି ରାଇଘର ବ୍ଲକର (ଏସ ଏସ ସାହା )ମାନେ ଶ୍ୟାମ ସୁନ୍ଦର ସାହା ଜଣେ ଅତି ଭଦ୍ର ଲୋକ ଓ ବଡ଼ ବେପାରୀ ଭାବରେ ଆଖପାଖ ଅଞ୍ଚଳରେ ଜଣାଶୁଣା ଥିଲେ।ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଭାଇ ଜୀବନ ସାହା, ଗୋପାଳ ସାହା, ନିତାଇ ସାହା ଓ ସମସ୍ତ ସାହା ପରିବାର ବିଶ୍ୱକର୍ମା ପୂଜା ପରେ ଏହି ଖେଳର ଆୟୋଜନ ପ୍ରତିବର୍ଷ କରୁଥିବା ଜଣାଯାଏ।