ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ର କୁନାଲ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ୟୁ

add-all

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଆର୍‌କେ ହଷ୍ଟେଲରେ ରହୁଥିବା ଜନୈକ କଳା ବିଭାଗର ଯୁକ୍ତ ତିନି ଛାତ୍ର କୁନାଲ ମଲ୍ଲିକଙ୍କର ଆଜି ପୂର୍ବାହ୍ନରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଯୁକ୍ତ ତିନି କଳା ବିଭାଗର ଶେଷ ବର୍ଷର ଛାତ୍ର କୁନାଲ ମଲ୍ଲିର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଆଜି ପୂର୍ବାହ୍ନରେ ତାର ମୃତ୍ୟୁ ଘଟିଥିବା ନେଇ ଆର୍‌କେ ହଷ୍ଟେଲ୍ କର୍ତୃପକ୍ଷ ତାଙ୍କ ପରିବାରବର୍ଗଙ୍କୁ ଜଣାଇଥିଲେ । ତେବେ ଗତ କାଲି ରାତିରେ ପରିବାରବର୍ଗଙ୍କ ସହ କଥା ହୋଇଥିବା ବେଳେ ହଠାତ୍ ପିଲାର ମୃତ୍ୟୁ ଘଟିଥିବା ନେଇ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାରବର୍ଗ । ଆଜି ସକାଳେ କୁନାଲ ଖାଇବା ସମୟରେ ନ ଆସିବା ଦେଖି ସହପାଠୀମାନେ ସନ୍ଦେହ କରିଥିଲେ। ପରେ ସେ ରହୁଥିବା ରୁମକୁ ଯାଇ ଦେଖିବା ବେଳେ ସେ ପଡି ରହିଥିବା ପାଇଥିଲେ।ଏ ନେଇ ସହପାଠୀ ମାନେ ହଷ୍ଟେଲ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ। ହଷ୍ଟେଲ ୱାର୍ଡନ ଡ଼.ଦୀପକ ମିଶ୍ର ଟାଉନ ଥାନା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଏମକେସିଜି ବଡ଼ ମେଡ଼ିକାଲ କୁ ପଠାଇ ଦେଇଥିଲେ।ତେବେ ହଷ୍ଟେଲରେ ରହିଥିବା ବେଳେ କିଭଳି ତାର ମୃତ୍ୟୁ ଘଟିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁନାଲଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ପାଣ ମଲ୍ଳିକ ଅଭିଯୋଗ କରିଛନ୍ତି । ତାର ରୁମ୍ ରେ ଦୁଇ ଜଣ କ୍ଲାସ୍ ମେଟଂ୍ ରହିଥିବା ବେଳେ ଏଯାବତ୍ କୌଣସି ଖବର ମିଳିନାହିଁ । ତେବେ କେଉଁ କାରଣରୁ ମୃତ୍ୟୁ ଘଟିଛି ତାର ସଠିକ୍ ତଦନ୍ତ କରିବା ପାଇଁ ତାଙ୍କ ଭାଇ ପାଣ ମଲ୍ଲିକ ଦାବୀ କରିଛନ୍ତି । ତେବେ ଏହା ନେଇକି ତଦନ୍ତ ହେବ ଶବ ବ୍ୟବେଚ୍ଛଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପିଜିକାଉନସିଂଲ ଚେୟାରମ୍ୟାନ୍ ପ୍ରଫେସର ଲିଲାରାଣୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ହଷ୍ଟେଲ୍ ୱାଡ଼େନ୍ ଦିପକ କୁମାର ମିଶ୍ର ଏନେଇ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ତେବେ ଛାତ୍ର ଜଣକୁ ହତ୍ୟା କରାଯାଇଛି କିମ୍ବା ଆତ୍ମହତ୍ୟା ନା ସାଧାରଣ ମୃତ୍ୟୁ ଘଟିଛି ତାହା ତଦନ୍ତ ପରେ ଜଣାପଡିବ।କିନ୍ତୁ ଛାତ୍ରଙ୍କ ସୁରକ୍ଷା କୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ପାରିବା ପଣକୁ ପଦାରେ ପକାଇ ଦେଇଛି।

ad-week
Leave A Reply

Your email address will not be published.