ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ମରୁଡି : ଛାତ୍ର ଛାତ୍ରୀଙ୍କ ଧାରଣା…

youtube

ରସିକ ସରକାର / ଉମେରକୋଟ ପ୍ରତିନିଧି


ଉମରକୋଟ : ଆଦର୍ଶ ବିଦ୍ୟାଳୟ ରେ ଅନେକ ଦିନ ହେଲା ରାସାୟନ ବିଜ୍ଞାନ ଶିକ୍ଷକ ସହିତ ହିନ୍ଦୀ, କଳା ଏବଂ ସଂଗୀତ ଶିକ୍ଷକ ନଥିବା ଯୋଗୁଁ ଆଜି ଏହାର ପ୍ରତିବାଦ କରି ସ୍କୁଲର ଛାତ୍ର ଛାତ୍ରୀ ପ୍ରାୟ ଚାରି କିଲୋମିଟର ରାସ୍ତା ବର୍ଷାରେ ଭିଜି ଭିଜି ଆସି ବ୍ଲକ ଘେରାଉ କରିବା ସହିତ ଧାରଣା ଦେଇଥିଲେ,
ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ଠାରେ ଥିବା ଆଦର୍ଶ ବିଦ୍ୟାଳୟ ରେ ଦୀର୍ଘ ଦିନ ହେବ ରାସାୟନିକ ବିଜ୍ଞାନ ଶିକ୍ଷକ ନଥିବାରୁ ଛାତ୍ର ଛାତ୍ରୀ ଧାରଣା ରେ ବସିଲେ, ବିଦ୍ୟାଳୟ ରେ ପିଲାଙ୍କୁ ମାଗଣାରେ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟରେ ପରିକଳ୍ପନା କରିଥିଲେ ସେହି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଶିକ୍ଷକ ଅଭାବରୁ ଫେଲ ମାରିଛି ଏହାର ଉଦାହରଣ ଦେଖିବାକୁ ମିଳିଛି ରାଇଘର ଗଞ୍ଜାପାରା ସ୍ଥିତ ଆଦର୍ଶ

ବିଦ୍ୟାଳୟରେ । ଏଠାରେ ଅନେକ ଦିନ ହେବ ରସାୟନ ବିଜ୍ଞାନ ବିଷୟର ଅଧ୍ୟାପକ ନଥିବା ବେଳେ ଅନ୍ୟ ବିଷୟ ଯେପରି ହିନ୍ଦୀ, ସଂସ୍କୃତ, କଳା ଏବଂ ସଙ୍ଗୀତ ଶିକ୍ଷକ ନାହିଁ ଫଳରେ ଏହି ଗୁଣାତ୍ମକ ଶିକ୍ଷା ବ୍ୟାବସ୍ଥାରୁ ଛାତ୍ର ଛାତ୍ରୀ ବଞ୍ଚିତ ହେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏନେଇ ଅନେକ ଥର ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଯୋଗ କରି ଆସୁଥିଲେବି ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ନଦେବାରୁ ବାଧ୍ୟ ହୋଇ ବିଦ୍ୟାଳୟର ଛାତ୍ରୀ ଛାତ୍ର ଗଞ୍ଜାପାରା ଠାରୁ ରାଇଘର ବ୍ଲକ ପର୍ଯ୍ୟନ୍ତ ବର୍ଷା ରେ ଭିଜି ଭିଜି ପ୍ରାୟ ୪ କିଲୋମିଟର ଚାଲି ଚାଲି ଆସି ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଧାରଣାରେ ବସିଥିଲେ,ଛାତ୍ର ଛାତ୍ରୀଙ୍କ କହିବା କଥା ଅନୁସାରେ ମାତ୍ର କେଇଟା ମାସ ଅଛି ପରୀକ୍ଷା ହେବାକୁ କିନ୍ତୁ ଆମ ଆଦର୍ଶ ବିଦ୍ୟାଳୟରେ ବର୍ତ୍ତମାନ ପର୍ଯ୍ୟନ୍ତ ରାସାୟନିକ ବିଜ୍ଞାନ ଶିକ୍ଷକ,ହିନ୍ଦୀ, ସଂସ୍କୃତ, କଳା ଏବଂ ସଙ୍ଗୀତ ଶିକ୍ଷକ ମଧ୍ୟ ଆମ ବିଦ୍ୟାଳୟରେ ନାହାନ୍ତି। ଫଳରେ ଏସବୁ ବିଷୟରେ ଆମକୁ ପାଠ ପଢିବାରେ ଅସୁବିଧା ହେଉଛି। ତେଣୁ ତୁରନ୍ତ ଆମକୁ ରାସାୟନିକ ବିଜ୍ଞାନ ବିଷୟ ସହ ଅନ୍ୟ ବିଷୟର ଶିକ୍ଷକ ଦରକାର ବୋଲି ଛାତ୍ର ଛାତ୍ରୀ ଦାବି କରିଛନ୍ତି। ତେବେ ବ୍ଲକ୍ ଶିକ୍ଷାଧିକାରୀ ଇଶ୍ୱର ଚନ୍ଦ୍ର ମାଝୀ ଅନୁପସ୍ଥିତ ଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ସୁଶେନ ଢାଲି ଏଵଂ ଅତିରିକ୍ତ ବ୍ଲକ ଶିକ୍ଷ୍ୟା ଅଧିକାରୀ ଛାତ୍ର ଛାତ୍ରୀଙ୍କ ନିକଟରେ ପହଞ୍ଚି ବୁଝାଇବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଫୋନ୍ ଯୋଗେ କଥା କରାଇଥିଲେ ଓ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ୧୦ ଦିନ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ସମସ୍ୟା ପୁରଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଏହା ପରେ ଛାତ୍ରଛାତ୍ରୀ ଧାରଣାରୁ ହଟିଥିବା ଦେଖିବାକୁ ମିଳିଛି

Leave A Reply

Your email address will not be published.