ଦଳକୁ ପର୍ଯ୍ୟାପ୍ତ ସମୟ ଦିଅନ୍ତି ନାହିଁ ରାହୁଲ ଓ ପ୍ରିୟଙ୍କା : ହିମାଚଳପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା…

add-all

ସିମଲା: ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳ ତଥା ଏହାର ନେତାମାନଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ଗୁରୁତ୍ୱ ଦେଉ ନାହାନ୍ତି। ଏକ ଡିଜିଟାଲ ଗଣମାଧ୍ୟମରେ କିଛି ଏଭଳି କହି ଏବେ କଂଗ୍ରେସରେ ନିଆଁ ଲଗାଇଛନ୍ତି ହିମାଚଳ ପ୍ରଦେଶର ପିସିସି ସଭାପତି | ସାକ୍ଷାତକାରର ଭିଡିଓ ଅନୁଯାୟୀ କଂଗ୍ରେସର ହିମାଚଳ ପ୍ରଦେଶ ୟୁନିଟ୍ ସଭାପତି ପ୍ରତିଭା ସିଂ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳ ତଥା ଏହାର ନେତାମାନଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ଗୁରୁତ୍ୱ ଦେଉ ନାହାନ୍ତି।
ଶ୍ରୀମତୀ ସିଂ ଏକ ସାକ୍ଷାତକାରରେ କହିଛନ୍ତି, “ମୁଁ ଭାବୁଛି ଟିକିଏ ଜେନେରେସନରେ ଦୂରତା ଅଛି। ଆମର ସିନିୟରମାନେ ଯାହା କରୁଥିଲେ, ବର୍ତ୍ତମାନ ଯୁବକମାନେ କରନ୍ତି ନାହିଁ | ସୋନିଆ ଜୀ, ଇନ୍ଦିରା ଜୀ କିମ୍ବା ରାଜୀବ ଜୀ ଯାହା କରୁଥିଲେ, ଆଜିର ପିଢ଼ି ତାହା କରନ୍ତି ନାହିଁ।’’ ଯଦିଓ ଏକଥା‌ ସେ କହିଥିଲେ କିନ୍ତୁ ପରେ ଏହି ସାକ୍ଷାତକାର ଭିଡିଓକୁ ଡିଲିଟ କରିଦେବାକୁ ସେ ସଂପୃକ୍ତ ୱେବସାଇଟକୁ ଅନୁରୋଧ କରିଛନ୍ତି। ପ୍ରତିଭା ଟ୍ୱିଟ୍ କରି କହିଛନ୍ତି ଯେ ‘ଦି ପ୍ରିଣ୍ଟ୍’ ଦ୍ୱାରା ପ୍ରକାଶିତ ଏକ ସାକ୍ଷାତକାରରେ ମୋର ବିବୃତି ଭୁଲ ଭାବରେ ଉପସ୍ଥାପିତ ହୋଇଛି। ମୁଁ କଂଗ୍ରେସ ନେତୃତ୍ୱ ଏବଂ ଗାନ୍ଧୀ ପରିବାରକୁ ନେଇ କୌଣସି ଅପମାନଜନକ ମନ୍ତବ୍ୟ ଦେଇ ନାହିଁ। ମୋର ବିବୃତିକୁ ଭୁଲ ଭାବରେ ବ୍ୟାଖ୍ୟା କରାଯାଇଛି |
ତେବେ ଅନଲାଇନରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଶୁଣିବାକୁ ମିଳୁଛି ଯେ, “ମୁଁ ଦୁଃଖିତ ଯେ ରାହୁଲଜୀ କିମ୍ବା ପ୍ରିୟଙ୍କାଜୀ ଦଳୀୟ କର୍ମୀଙ୍କୁ ସେତେ ସମୟ ଦିଅନ୍ତି ନାହିଁ, ତେଣୁ ଲୋକମାନେ ନିରାଶ ଅନୁଭବ କରନ୍ତି। ଦଳର ନେତାମାନଙ୍କୁ ମଧ୍ୟ ସେତେ ଗୁରୁତ୍ୱ ଦିଅନ୍ତି ନାହିଁ। ଅନେକ ଲୋକ ଥିଲେ, ଯେଉଁମାନେ ଦଳ ଛାଡିଛନ୍ତି ଏବଂ ଆପଣ ଜାଣନ୍ତି (ଗୁଲାମ ନବୀ) ଆଜାଦ ଜୀ ଏତେ ଦିନ ପର୍ଯ୍ୟନ୍ତ ଦେଶ ସେବା କରିବା ପରେ କଣ କଲେ |’’ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା କହିଛନ୍ତି ଯେ ବର୍ତ୍ତମାନ ରାହୁଲଜୀଙ୍କର ସଂସଦରେ ତାଙ୍କର ତୃତୀୟ କାର୍ଯ୍ୟକାଳ ଚାଲିଛି । ତେଣୁ ମୁଁ ଭାବୁଛି ସେ ଶିଖିବା ଉଚିତ୍ | ମୁଁ କହୁ ନାହିଁ ଯେ ମୁଁ ସେମାନଙ୍କୁ ପରାମର୍ଶ ଦେଉଛି | ଦଳର ସ୍ୱାର୍ଥ ପାଇଁ ଲୋକମାନଙ୍କୁ କିଛି ସମୟ ଦିଅନ୍ତୁ, ସେମାନଙ୍କ ଅଭିଯୋଗ ଶୁଣନ୍ତୁ | କିଛି ଶିଖିବାକୁ ଚେଷ୍ଟା କରନ୍ତୁ |

ad-week
Leave A Reply

Your email address will not be published.