ପତ୍ନୀଙ୍କୁ ମାରି ଟାଙ୍ଗିଦେଲେ ସ୍ୱାମୀ

add-all

ରାଉରକେଲା: ଉଗ୍ରରୂପ ନେଇଛି ପତିପତ୍ନୀଙ୍କ ପାରିବାରିକ କଳହ। ପତ୍ନୀଙ୍କୁ ମାରି ଘରେ ଟାଙ୍ଗି ଦେଇଛି ପତି। ଏମିତି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଟିମ୍ବର କଲୋନିରେ। ପ୍ଲାଣ୍ଟସାଇଟ ପୁଲିସ ମହିଳାଙ୍କ ସ୍ୱାମୀ ବିକାଶ ଦେଙ୍କୁ ଥାନାରେ ଅଟକ ରଖିଛି। ମୃତ ମହିଳାଙ୍କ ଶବ ଜବତ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ ସେକ୍ଟର ୧୪ର ବାସନ୍ତୀ ହୀରା (୨୪) ମାମୁଁଙ୍କ ଘର ରହୁଥିଲେ। ଗତ ୨୦୨୧ ମାର୍ଚ୍ଚରେ ସମ୍ବଲପୁର ବୁର୍ଲାର ବିକାଶଙ୍କୁୁ ବିବାହ କରିଥିଲେ। ଆର୍ଥିକ ସ୍ଥିତି ଠିକ ନ ଥିବାରୁ ଗତ ମେ ମାସରେ ରାଉରକେଲା ଟିମ୍ବର କଲୋନିରେ ଭଡ଼ା ଘରେ ରହି ଉଭୟ ପତିପତ୍ନୀ କାମ କାମ କରୁଥିଲେ। ସ୍ୱାମୀ ବିକାଶ ଠିକା ଶ୍ରମିକ ଓ ପତ୍ନୀ ହୋଟେଲରେ କାମ କରି ଚଳୁଥିଲେ। ପଡୋଶୀଙ୍କ କହିବାନୁଯାୟୀ ଗତକାଲି ରାତିରେ କୌଣସି କଥାକୁ ନେଇ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମୃତ ମହିଳାଙ୍କ ସଂପର୍କୀୟଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.