ବିବାଦରେ ବିଶ୍ବେଶ୍ବର ଟୁଡୁଙ୍କ ବୟାନ, କୁଡୁମୀ ସମାଜ ପକ୍ଷରୁ ତେଜିଲା ବିରୋଧ

add-all

କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ଡୁଙ୍କ ବୟାନକୁ ବିରୋଧ। କଡୁମୀ ସମାଜଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡର କୁଡୁମୀ ସମାଜ ମୟୂରଭଞ୍ଜ ସାଂସଦଙ୍କ କୁଶପୁତଳିକା ଦାହ କରିବା ସହିତ ବିବାଦୀୟ ମନ୍ତବ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ନିକଟରେ କୁଡୁମୀ ସମାଜ ପକ୍ଷରୁ ଏକ ଆନ୍ଦୋଳନ କରାଯାଇଥିଲା। ତାଙ୍କୁ ଆଦିବାସୀ ସମାଜରେ ମିଶାଯାଉ ବୋଲି ସେମାନେ ଦାବି କରି ଆନ୍ଦୋଳନ କରିଥିଲେ। ଏହି ସମୟରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ବିଶ୍ବେଶ୍ୱର ଟୁଡୁ ପ୍ରତିକ୍ରିୟା ରଖିଥିଲେ। ଏକ ଘରୋଇ ନ୍ୟୁଜ ଚ୍ୟାଲେନକୁ ପ୍ରତିକ୍ରିୟା ଦେବା ବେଳେ ଆନ୍ଦୋଳନକାରୀଙ୍କୁ ଭକୁଆ ବୋଲି କହିଥିଲେ।

ସେ କହିଥିଲେ, ଆନ୍ଦୋଳନ ନାଁରେ ଲୋକଙ୍କୁ ପଲ୍ଲୀରୁ ଦିଲ୍ଲୀ ବୁହା ହେଉଛି। ଆଉ ଏହି ଲୋକଙ୍କୁ ଭକୁଆ ବନାଇବାକୁ ପ୍ରୟାସ କରାଯାଉଛି। ଯାହାକୁ ନେଇ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡରେ ଥିବା କୁଡୁମୀ ସମାଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଉ ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ବିରୋଧରେ ନାରା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମୟୂରଭଞ୍ଜ ରାଇରଙ୍ଗପୁରରେ ଏହି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହୋଇଛି। ଶତାଧିକ କୁଡୁମୀ ସମ୍ପ୍ରଦାୟର ଲୋକେ ରାଲି କରିଥିଲେ। ଆଉ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ କୁଶପୁତ୍ତଳିକାରେ ଜୋତାମାଳ ପିନ୍ଧାଇବା ସହିତ ଚପଲ ମାଡ଼ କରି ଇସ୍ତଫା ଦାବି କରିଛନ୍ତି । ଏହି ସମୟରେ କୁଡୁମୀ ସମାଜର ନେତା ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.