ସ୍ତ୍ରୀକୁ ନିର୍ଯାତନା ପରେ ହତ୍ୟା ! ଅଢ଼େଇ ବର୍ଷ ଝିଅର ବୟାନ ରେକର୍ଡ ପରେ ହତ୍ୟାକାରୀ ସ୍ୱାମୀ ଗିରଫ

add-all

ଉମରକୋଟ: ହତ୍ୟାକାରୀ ସ୍ୱାମୀ ଗିରଫ। ସ୍ତ୍ରୀକୁ ନିର୍ଯାତନା ପରେ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀକୁ ଗିରଫ କଲା ଆନ୍ଧ୍ରପ୍ରଦେଶର କାକିନାଡ଼ା ପୋଲିସ। ଉମରକୋଟ ବ୍ଲକ ସିଲାଟି ଗାଁର ମାଣିକ ଘୋଷ ୫ ବର୍ଷ ପୂର୍ବେ କାରାଗାଁ ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। କିଛି ଦିନ ସଂସାର ଠିକ୍‌ ଠାକ୍‌ ଚାଲିଥିଲା। ପରେ ଝିଅ ଜନ୍ମ ହେବା ପରେ ସ୍ତ୍ରୀଙ୍କ ପ୍ରତି ସ୍ୱାମୀ ଓ ପରିବାର ଲୋକଙ୍କର ନିର୍ଯାତନା ବଢିବାକୁ ଲାଗିଥିଲା।

ଶେଷରେ ସ୍ତ୍ରୀକୁ ବାପ ଘରକୁ ପଠାଇ ଦେଇଥିଲା ସ୍ୱାମୀ। ଗାଁରେ ଏକ ବୈଠକ କରାଯାଇ ବିବାଦର ସମାଧାନ କରାଯାଇଥିଲା। ପୁଣି ଶାଶୁ ଘରକୁ ମହିଳା ଜଣକ ଆସିଥିଲେ। ଶାଶୁ ଘର ପକ୍ଷରୁ ପୁଣି ବଢିଥିଲା ନିର୍ଯାତନା । ବାଧ୍ୟ ହୋଇ ମହିଳା ଜଣକ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ। ଶେଷରେ ମହିଳା ଜଣଙ୍କୁ ହତ୍ୟା କରାଯାଇଥିଲା। ଝିଅର ମୃତ୍ୟୁ ଖବର ପରିବାର ଲୋକ ଜାଣିବା ପରେ ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ। କାକିନାଡ଼ା ପୋଲିସ ସ୍ୱାମୀ ମାଣିକଙ୍କ ଘରେ ପହଞ୍ଚି ନିଜ ଆଡୁ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା।

ଅଢ଼େଇ ବର୍ଷର ଝିଅ ପୋଲିସ ସମ୍ମୁଖରେ ମାଆକୁ କିଏ ହତ୍ୟା କରିଛି ବୋଲି ବୟାନ ଦେଇଥିଲା। ଅନ୍ୟପଟେ ହତ୍ୟାକାରୀକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ମୃତ ମହିଳାଙ୍କ ଭଉଣୀ।

ad-week
Leave A Reply

Your email address will not be published.