ବ୍ରହ୍ମପୁର ଠାରେ ସମ୍ବର୍ଦ୍ଧିତ ହେଲା ଟିମ୍ ହ୍ୟୁମାନିଟି କନ୍ଧମାଳ

add-all

ଫୁଲବାଣୀ :- ବିଗତ ତିନିବର୍ଷ ଧରି କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ କିଛି ଯୁବଗୋଷ୍ଠୀଙ୍କୁ ନେଇ ଏକ ସ୍ବେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳ ଗଠନ କରାଯାଇଥିଲା। ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ନେଇ ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ଲକ୍ଷ୍ୟରେ ଗଢ଼ି ଉଠିଛି ଏହି ଅନୁଷ୍ଠାନ। ଆଜି ପର୍ଯ୍ୟନ୍ତ ଏହି ଟିମ୍ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ସଙ୍ଗଠନ ମୂଳକ କାର୍ଯ୍ୟକ୍ରମ କରି ଆସୁଛି। ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଏହି ଟିମ୍ ସେବା ଜାରି ରଖିଛି। ଜିଲ୍ଲାବାସୀଙ୍କ ସହଯୋଗ ଏବଂ ଟିମ୍ ସଦସ୍ୟ ସଦସ୍ୟା ଙ୍କ ଅପୂର୍ବ ସାହାସ ଏବଂ ଉତ୍ସର୍ଗୀକୃତ ମନୋଭାବ ପାଇଁ ଟିମ୍ ଅନେକ ସ୍ଥାନରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଟିମ୍ କୁ ଅନେକ ସ୍ଥାନରେ ଅନେକ ଥର ସମ୍ବର୍ଦ୍ଧିତକରାଯାଇଛି।
ବ୍ରହ୍ମପୁର ସହରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ “ବିପଦର ବନ୍ଧୁ” ର ୫ବର୍ଷ ପୂର୍ତ୍ତି ଅବସରରେ ଟିମ୍ ହ୍ୟୁମାନିଟି କନ୍ଧମାଳ କୁ ନିମନ୍ତ୍ରଣ କରାଯାଇଥିଲା। ଟିମ୍ ସଦସ୍ୟ ଭି ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି ଏବଂ ରବିନ୍ଦ୍ର ମହାରଣା ପ୍ରମୁଖ ଅନୁରୋଧ ରକ୍ଷାକରି ସେଠାରେ ପହଞ୍ଚିଛନ୍ତି। ଟିମ୍ ର ଉଲ୍ଲେଖନୀୟ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ୍ ହ୍ୟୁମାନିଟି କନ୍ଧମାଳ କୁ ସମ୍ବର୍ଦ୍ଧିତ କରିଛନ୍ତି। ଟିମ୍ ହ୍ୟୁମାନିଟି କନ୍ଧମାଳ କୁ ନିମନ୍ତ୍ରଣ କରି ଏଭଳି ଉତ୍ସାହ ବଢେଇ ସମ୍ମାନିତ କରିଥିବା ହେତୁ ଟିମ୍ ର ସମସ୍ତ ସଦସ୍ୟ ସଦସ୍ୟା ମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି l

ad-week
Leave A Reply

Your email address will not be published.