ପ୍ରସିଦ୍ଧ ଶକ୍ତି ପୀଠ ମା ରାମଚଣ୍ଡୀ ଙ୍କ ଠାରେ ଶାରଦୀୟ ନବରାତ୍ରୀ ପୂଜା ସୋମବାର ଠାରୁ ଆରମ୍ଭ…

add-all

ଛତ୍ରପୁର ,୨୫/୯, ଛତ୍ରପୁର ନିକଟ ପ୍ରସିଦ୍ଧ ଶକ୍ତି ପୀଠ ମା ରାମଚଣ୍ଡୀ ଙ୍କ ଠାରେ ଶାରଦୀୟ ନବରାତ୍ରୀ ପୂଜା ସୋମବାର ଠାରୁ ଦିନ ଆରମ୍ଭ ହୋଇଛି, ମା ଙ୍କ ଠାରେ ପ୍ରତିଦିନ ଚଣ୍ଡୀ ପାଠ, ଷୋଡ଼ଶ ଉପଚାର ପୂଜା ସହ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥାଏ, ଗତ ୧୯୪୨ ମସିହା ଠାରୁ ଏହି ନବରାତ୍ରି ପୂଜା ବିପୁଲିଙ୍ଗୀ ଗ୍ରାମର ସ୍ବର୍ଗତ ନିତ୍ୟାନନ୍ଦ ପଣ୍ଡାଙ୍କ ପରିବାର ଦ୍ୱାରା ଅନୁଷ୍ଠିତ ହେଉଛି, ତାଙ୍କର ବଂଶଜ ଦୁର୍ଗା ପ୍ରସାଦ ପଣ୍ଡା କର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି, ଏଠାରେ ମନ୍ଦୀର କମିଟି ଓ ଟ୍ରଷ୍ଟି ଦ୍ବାରା ମନ୍ଦିର ପୁନଃ ନିର୍ମାଣ ସହ ବିଭିନ୍ନ ଉନ୍ନୟନକାର୍ଯ୍ୟ ଚାଲିଛି, କମିଟି ପକ୍ଷରୁ ଭକ୍ତ ଙ୍କ ପାଇଁ ଦୀପଦାନ କାର୍ଯ୍ୟକ୍ରମ ରହିଛି, ଏଠାକୁ ରାଜ୍ୟ ଓରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଆସି ଥାନ୍ତି, ଏଣୁ ରାଜ୍ୟସରକାର ଏହି ପ୍ରସିଦ୍ଧ ଶକ୍ତି ପୀଠ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ସହ ପୀଠର ଉନ୍ନତକରଣ ପାଇଁ ସହଯୋଗ କରିବା ପାଇଁ ସାଧାରଣ ଲୋକଙ୍କ ଦାବୀ ହେଉଛି, ମା ଙ୍କ ପୂଜକ ରାଉଳ ବଂଶଧର ପୂଜାରେ ସହଯୋଗ କରୁଛନ୍ତି,

ad-week
Leave A Reply

Your email address will not be published.