ଦେଢଶାଶୁକୁ ଅଶ୍ଳୀଳ ଫଟୋ ପଠାଇ ଗିରଫ ହଲା ଭଉଣୀ ଜ୍ବାଇଁ

add-all

ଭୁବନେଶ୍ବର:  ଦେଢଶାଶୁକୁ  ଅଶ୍ଳୀଳ ଫଟୋ ପଠାଇ ଗିରଫ ହଲା ଭଉଣୀ ଜ୍ବାଇଁ। ଏଭଳି ଏକ ଅଭିଯୋଗ ଆସିଛି ଭୁବନେଶ୍ବରର ନୟାପଲ୍ଳୀ ଅଞ୍ଚଳରୁ । କିଛି ଦିନ ତଳେ ଭଉଣୀ ଜ୍ବାଇଁ ଅଭିଯୋଗକାରିଣୀଙ୍କୁ ମୋବାଇଲକୁ ଅଶ୍ଲୀଳ ଫଟୋ ପଠାଇଥିଲେ। ଏହାକୁ ଅପତ୍ତି କରିଥିଲେ ମଧ୍ୟ ଭଉଣୀ  ଜ୍ବାଇଁ ଏହାକୁ ଶୁଣିନଥିଲେ।

ବାରମ୍ବାର ଏପରି  କରିବାରୁ ବାଧ୍ୟ ହୋଇ ମହିଳା ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି  ପୋଲିସ ଅଭିଯୁକ୍ତର ମୋବାଇଲକୁ ଟ୍ରାକ କରି ହାଇଦ୍ରାବାଦରୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତର ମୋବାଇଲକୁ ଜବତ କରି ତଦନ୍ତ ଚଳାଇଛି ପୋଲିସ।

ad-week
Leave A Reply

Your email address will not be published.