ନକଲି ଔଷଧ କାରବାର ଘଟଣା: ତିନି ଦିନିଆ ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

add-all

କଟକ : କଟକରୁ ବିହାର ଗୟାକୁ ଲମ୍ବିଛି ନକଲି ଔଷଧ କାରବାର ଚେର। ତିନି ଦିନିଆ ରିମାଣ୍ଡରେ ନକଲି ମେଡିସିନ କାରବାରର ଅଭିଯୁକ୍ତ। ତଦନ୍ତ ପାଇଁ ବିହାରରେ ଥିବା କମିସମରେଟ ପୋଲିସ ଟିମ୍‌ ୨ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଇ ତିନିଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି କଟକ ପୋଲିସ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। ଦୁଇ ଅଭିଯୁକ୍ତଙ୍କୁ ବିହାରର ଗୟାରୁ ଗିରଫ କରାଯାଇଥି। ଦୁଇ ନକଲି ଔଷଧ ବେପାରୀ ଆଲୋକ ମିଶ୍ରା ଓ ହରିଶ କୁମାର। ଏମାନେ ବାଲାଜୀ ଏଜେନ୍‌ସି ଓ ବାଲାଜୀ ଡ୍ରଗ ପଏଣ୍ଟ ନାଁରେ ଦୁଇଟି ସଂସ୍ଥା ଖୋଲି ନକଲି ଔଷଧ କାରବାର ଚଳାଇଥିଲେ। ତେବେ ସେମାନେ ନକଲି ମେଡିସିନ ପ୍ରସ୍ତୁତ କରିନଥିବା କହୁଥିବା ବେଳେ ଅନ୍ୟ ରାଜ୍ୟରୁ ଔଷଧ ଆଣୁଥିବା ମାନିଛନ୍ତି। ସେମାନଙ୍କ ପାଖରେ ଥିବା ଲାଇସେନ୍‌ସ ଓ ବିଲ୍‌ ବି ନକଲି ବୋଲି ଜଣାପଡ଼ିଛି। କଟକରେ ବାରମ୍ବାର ନକଲି ମେଡିସିନ ଜବତ ହେବା ପରେ ତଦନ୍ତ ପାଇଁ ରାଜ୍ୟ ବାହାରେ ଡେରା ପକାଇଛି କମିଶନରେଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ଟିମ୍‌।

ad-week
Leave A Reply

Your email address will not be published.