ଆତ୍ମହତ୍ୟା ପାଇଁ ଧମକ ଦେଇ ନବୀନ ନିବାସ ସମ୍ମୁଖ ଥିବା ଗଛରେ ଚଢ଼ିଗଲେ ମହିଳା

add-all

ଭୁବନେଶ୍ୱର: ରବିବାର ଅପରାହ୍ନରେ ନବୀନ ନିବାସ ନିକଟରେ ଥିବା ଏକ ଗଛରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା ପାଇଁ ଧମକ ଦେଇଛନ୍ତି। ସେ ତଳକୁ ଡେଇଁ ଜୀବନ ହାରିବେ ବୋଲି କହିଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ମହିଳାଙ୍କୁ ତଳକୁ ଓହ୍ଲାଇବାକୁ ଅନେକ ବୁଝାଇଥିଲେ। କିନ୍ତୁ ମହିଳା ତଳକୁ ଓହ୍ଲାଇବେନି ବରଂ ଡେଇଁ ପଡ଼ିବେ ବୋଲି ଧମକାଇଥିଲେ।

ଫଳରେ ବାଧ୍ୟ ହୋଇ କିଛି ଆଗ୍ନିକମାନେ ତଳେ ଜାଲ ବିଛାଇ ଠିଆ ହୋଇଥିଲେ। ଆଉ କିଛି ଅଗ୍ନିଶମ କର୍ମଚାରୀ ଗଛ ଉପରେ ଚଢ଼ି ମହିଳାଙ୍କୁ ଧରି ତଳକୁ ଓହ୍ଲାଇ ଥିଲେ। ମହିଳା ଜଣକ ଭଦ୍ରକର ମନୋରମା ବାରିକ ବୋଲି ଜଣାପଡ଼ିଛି। କିନ୍ତୁ ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଜଣାପଡ଼ିନାହିଁ। ତେବେ ଏୟାରପୋର୍ଟ ପୋଲିସ ପହଞ୍ଚି ମହିଳାଙ୍କୁ ଥାନାକୁ ନେଇଥିବା ଜଣାଯାଇଛି।

ad-week
Leave A Reply

Your email address will not be published.