ନୂତନ ଭାବେ ଯୋଗ ଦେଇ ଥିବା ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ସ୍ୱରାଜ ଦେବତାଙ୍କୁ ବିଜେଡି ପକ୍ଷରୁ ସ୍ବାଗତ

add-all

ରାଉରକେଲା /ବଣେଇ : ଆଜି ବଣାଇଁ ବିଜୁ ଜନତା ଦଳ ପକ୍ଷରୁ ବଣାଇରେ ନୂତନ ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ଭାବେ ଦାୟିତ୍ଵ ନେଇଥିବା ସ୍ବରାଜ ଦେବତାଙ୍କୁ ବଣାଇଁ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଥିବା ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଣଜିତ୍ କିସାନ,ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା କିସାନ,ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ସାହୁ , ବୀର ବିଚିତ୍ର ସେନ ନାୟକ,ବ୍ଲକ ଉପାଧ୍ୟକ୍ଷ ବିନିତା ବେହେରା ,ବ୍ଲକ ସଭାପତି ରଘୁନାଥ ସାହୁ,ମୁଖପାତ୍ର ସୁନ୍ଦରମଣି ପ୍ରଧାନ,ଯୁବ ଉପସଭାପତି ରୋହିତାସ୍ଵ ମିଶ୍ର,ସଞ୍ଜୟ ଦାସ ,କୁଳମଣି ପ୍ରଧାନ, ମଧୁସୂଦନ କିସାନ,ଅଶୋକ ପ୍ରଧାନ,ସୁରେଶ ଭୋଇ ପ୍ରମୁଖ ସକ୍ରିୟ କର୍ମୀ ଉକ୍ତ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ବଣାଇଁ ବିଜୁ ଜନତା ଦଳ ପକ୍ଷରୁ ବଣାଇଁ ଟ୍ରାଫିକ ସମସ୍ୟା ଠୁ ଆରମ୍ଭ କରି ରାଜରାସ୍ତା ରେ ରହୁଥିବା ଗାଈ ଗୋରୁଙ୍କୁ ସଠିକ୍ ଜାଗାରେ ଥଇ ଥାନ କରିବା,ଅଚଳ ଥିବା ସମସ୍ତ ସିସିଟିଭି କ୍ୟାମେରା କୁ ତୁରନ୍ତ ଚାଲୁ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ।

ad-week
Leave A Reply

Your email address will not be published.