
ଦାରିଙ୍ଗବାଡ଼ି,୨୫/୯ : ଦାରିଙ୍ଗବାଡ଼ି ମିଶ୍ର କଲ୍ୟାଣ ମଣ୍ଡପରେ କନ୍ଧମାଳ ଜିଲ୍ଲା ଡ୍ରାଇଭର ମହାସଂଘର ଜିଲ୍ଲା ସ୍ତରିୟ ବୈଠକ ଜିଲ୍ଲା ସଭାପତି ଆଲୋକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମସ୍ତ ସଦସ୍ୟ ପଥପ୍ରାନ୍ତଃ ସୁବିଧା କେନ୍ଦ୍ରରେ ଏକତ୍ରିତ ହୋଇ ସେଠାରୁ ଶୋଭାଯାତ୍ରାରେ ବାହାରି ସଚେତନ ସ୍ଲୋଗାନ ଦେଇ ମିଶ୍ର କଲ୍ୟାଣ ମଣ୍ଡପରେ ପହଞ୍ଚି ଥିଲେ । ସେଠାରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦାରିଙ୍ଗବାଡ଼ି ବ୍ଳକ ଉପ ସଭାପତି ସନ୍ତୋଷ କୁମାର ଦିଗାଲଙ୍କ ସଂଯୋଜନାରେ ବୈଠକ ପରିଚାଳିତ ହୋଇଥିଲା ।ମୁଖ୍ୟ କରି ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ଆଲୋଚନା କରିବା ସହିତ ସରକାରଙ୍କ ବିଭିନ୍ନ ନୀତିନିୟମ ଯଥା ନିଶା ସେବନ କରି ଗାଡ଼ି ଚଲେଇବ ନାହିଁ । ଟ୍ରାଫିକ୍ ନିୟମ ମାନି ଚଲେଇବା ।
ବେପରୁଆ ଗାଡ଼ି ଚାଳନା କରିବ ନାହିଁ । ରାତ୍ରି କାଳରେ ଗାଢି ଚଲେଇବା ସମୟରେ ହେଜ୍ ଡିଷ୍କର ବ୍ୟବହାର କରିବ। ନିଦ ଲାଗିଲେ ଗାଡ଼ି ଚଲେଇବ ନାହିଁ । ମାଲିକ, ଜନସାଧାରଣ ଓ ପ୍ରଶାସନଙ୍କୁ ଅସମ୍ମାନ କରିବା ନାହିଁ । ଏହି ସମସ୍ତ ନିୟମ ମାନୀ ଗାଡ଼ି ଚାଳନା କରିବା ନେଇ ଆଲୋଚନା କରି ସଚେତନ କରିଥିଲେ । ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘର ପକ୍ଷରୁ ସରକାରଙ୍କୁ ଦଶଦଫା ଦାବି କରାଯାଇଛି । ସେ ସମ୍ପର୍କରେ ସରକାର ଆଯାଯାଏ କୌଣସି ଦାବୀ ପୂରଣ କରିନଥିବାରୁ ଆଗାମି ଦିନରେ କିପ୍ରକାର ପଦକ୍ଷେପ ଡ୍ରାଇଭର ମହାସଂଘ ନେବ ଏହି ବିଷୟରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଜିଲ୍ଲା ସଭାପତିଙ୍କ ସହିତ ଜିଲ୍ଲା ଉପ ସଭାପତି ମାନସ ରଞ୍ଜନ ସାମଲ , ଜିଲ୍ଲା ମୁଖ୍ୟ ଆଡ଼ମିନ ପପୁ ପ୍ରଧାନ ,ସମ୍ପାଦକ ମିଥୁନ ଦିଗାଲ ଚକାପାଦ ବ୍ଳକ ସଭାପତି ରଞ୍ଜିତ କୁମାର କହଁର କାର୍ଯ୍ୟକ୍ରମରେ ନେତୃତ୍ବ ନେଇଥିଲେ । ଏହି ଜିଲ୍ଲା ସ୍ତରିୟ କାର୍ଯ୍ୟକ୍ରମକୁ ଦାରିଙ୍ଗବାଡ଼ି ବ୍ଳକ ସଭାପତି ପ୍ରଭଞ୍ଜନ ନାୟକ, ଉପ ସଭାପତି ସନ୍ତୋଷ କୁମାର ଦିଗାଲ, ସଂପାଦକ ରୁଦ୍ରଦେବ ମଲିକ, କୋଷାଧ୍ୟକ୍ଷ ସମୀର ଦିଗାଲ ଉପଦେଷ୍ଟା ଶରତ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ ।