ଜୁନିଅର ହକି ଚମ୍ପିୟନ ଦଳକୁ ସମ୍ବର୍ଦ୍ଧିତ କଲା ସୁନ୍ଦରଗଡ଼ “ବିଜେଡି”

add-all

ସୁନ୍ଦରଗଡ଼ : ରାଜ୍ୟ ହକି ଆସୋସିଏସନ ଦ୍ୱାରା ଆୟୋଜିତ ଆନ୍ତଃଜିଲ୍ଲା କନିଷ୍ଠବର୍ଗ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ସୁନ୍ଦରଗଡ଼ ଜିଲ୍ଲା ହକି ଦଳ ଦେବଗଡ଼ ଜିଲ୍ଲା ହକି ଦଳକୁ ଫାଇନାଲ ମ୍ୟାଚରେ ଗୋଟିଏ ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟନ ହୋଇ ଚମ୍ପିୟନ ଟ୍ରଫି ହାସଲ କରି ଆଜି ସୁନ୍ଦରଗଡ଼କୁ ଫେରିଛନ୍ତି । ଆଜି ସୁନ୍ଦରଗଡ଼ ବିଜୁ ଜନତା ଦଳର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ବିଜୟୀ ଦଳର ପ୍ରତେକ ସଦସ୍ୟଙ୍କୁ ସଦଭାବନା ହଲ ଠାରେ ଭବ୍ୟ ସ୍ୱାଗତ କରାଯିବା ସହିତ ଫୁଲମାଳ ଓଁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଶୁଭକାମନା ଜଣେଇ ଥିଲେ । ବାସ୍ତବରେ ସୁନ୍ଦରଗଡ଼ ହକିର ଗଡ଼ ଏଥିରେ ଦ୍ବିମତ ନାହିଁ ଯାହାକୁ ଏହି ସୁନ୍ଦରଗଡ଼ର କନିଷ୍ଠ ହକି ଦଳ ଆମ ରାଜ୍ୟରେ ଚମ୍ପିୟନ ହୋଇ ପ୍ରମାଣ କରିଛନ୍ତି । ଆଜି ସୁନ୍ଦରଗବାସୀ ହକିଦଳର ଏହି ସଫଳତା ପାଇଁ ଗର୍ବିତ,ଭବିଷ୍ୟତରେ ଆହୁରି ଭଲ ଖେଳି ଆମ ଜିଲ୍ଲାର ତଥା ରାଜ୍ୟର ନାମକୁ ଉଜ୍ଜଳ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ଏହି ସମ୍ବର୍ଦ୍ଧନା ସମୟରେ ବିଜେଡି ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ସହିତ ବିଜେଡି ଟାଉନ ଉପସଭାପତି ଅଶୋକ ମହାନ୍ତି ଉପସ୍ଥିତ ରହି ବିଜୟୀ ଦଳର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.