ମୁଁ ସଭାପତି ହେଲେ ହାଇକମାଣ୍ଡ ସଂସ୍କୃତି ହଟାଇ ଦେବି: ଶଶି ‌ଥରୁର୍‌

add-all

ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସକୁ ଆଗକୁ ନେବା ତାଙ୍କର ଏକମାତ୍ର ଲକ୍ଷ୍ୟ। ଯଦି ସେ ସଭାପତି ନିର୍ବାଚିତ ହୁଅନ୍ତି, ତା’ହେଲେ ଦଳରେ ଥିବା ହାଇକମାଣ୍ଡ ସଂସ୍କୃତିକୁ ବଦଳାଇ ଦେବେ।
ଥରୁର କହିଛନ୍ତି, ଦଳରରେ ପ୍ରମୁଖ ସମସ୍ୟା ହେଉଛି- ଦିଲ୍ଲୀକୁ କ୍ଷମତା କେନ୍ଦ୍ର କରି ରଖିବା। ଦଳ ଯେଉଁ ପ୍ରସ୍ତାବ ପାରିତ କରେ, ତା’ଉପରେ କଂଗ୍ରେସ ଅଧ୍ୟକ୍ଷ ନିଷ୍ପତ୍ତି ନେବ ବୋଲି କହି ଗୋଟିଏ ବାକ୍ୟରେ କାର୍ଯ୍ୟ ସାରି ଦିଆଯାଉଛି। ଏହି ପ୍ରକ୍ରିୟା ହଟିବା ଉଚିତ।
ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖି ଶଶି ‌ଥରୁର କହିଛନ୍ତି, ସେ ଦଳ ପାଇଁ ଭୀଷ୍ମ ପିତାମହ ସହ ସମାନ। ଦଳକୁ ନେଇ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ତେଣୁ କଂଗ୍ରେସ ଭୋଟର ହିଁ ସ୍ଥିର କରିବେ ଯେ ମୁଁ ଠିକ୍ ଲୋକ ନା ଭୁଲ୍ ଲୋକ। ନାମାଙ୍କନ ପତ୍ର ଦାଖଲ କରିବା ପରେ ସେ ଦଳୀୟ କର୍ମୀଙ୍କ ପାଇଁ କାମ କରିବେ ବୋଲି ଥରୁର କହିଛନ୍ତି।
ନାମାଙ୍କନ ଭରିବା ପୂର୍ବରୁ ଖାଡଗେଙ୍କୁ ଗେହଲେଟ୍, ହରିୟାଣାର ଭୁପିନ୍ଦର ସିଂହ ହୁଡ୍ଡା ଓ ବିହାରର ଅଖିଳେଶ ପ୍ରସାଦ ସିଂହ ଭଳି ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ମିଳିଥିଲା। କଂଗ୍ରେସର ପ୍ରମୋଦ ତିୱାରୀ ମଧ୍ୟ ଖାଡଗେଙ୍କୁ ସମର୍ଥନ ଜଣାଇବି ବୋଲି ସୂଚନା ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ଖାଡଗେଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, ଖାଡଗେ ମୋ ନେତା। ମୁଁ ତାଙ୍କୁ ଗତକାଲି ଭେଟିଥିଲି। ତେବେ ସେ ନିର୍ବାଚନରେ ସାମିଲ୍ ହେଉଛନ୍ତି ବୋଲି ମିଡିଆରୁ ଜାଣିଲି। ତେଣୁ ଆଜି ସକାଳେ ତାଙ୍କୁ ଭେଟି ମୁଁ ତାଙ୍କୁ ସମର୍ଥନ ଜଣାଇବି ବୋଲି କହିଛି।
କଂଗ୍ରେସର ଜି-୨୩ ଅସନ୍ତୁଷ୍ଟ ଗୋଷ୍ଠୀର ଅଂଶୀଦାର ଥିବା ଶଶି ଥରୁର ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରତିଦ୍ୱିତା କରିବା ଦଳୀୟ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଜି-୨୩ ଗୋଷ୍ଠୀ ହିଁ ଦଳର ଆମୂଳଚୂଳ ସାଙ୍ଗଠନିକ ପରିବର୍ତ୍ତନ ପାଇଁ ଦାବି କରି ଆସୁଛି। ଏଥିପାଇଁ ଏହି ଗୋଷ୍ଠୀ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ।
ମିଳିଥିବା ସୂଚନା ମୁତାବକ ପ୍ରଥମେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ହେବାର ଥିଲା। କିନ୍ତୁ ସମସ୍ତଙ୍କୁ ଚମକାଇ ଝାଡ଼ଖଣ୍ଡର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ କେ.ଏନ୍ ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି ।

ad-week
Leave A Reply

Your email address will not be published.