ଅଙ୍କିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

add-all

ଡେରାଡୁନ୍‌: ଶୁକ୍ରବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ହତ୍ୟାକାଣ୍ଡର ଶିକାର ହୋଇଥିବା ଅଙ୍କିତା ଭଣ୍ଡାରିଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଏହି ଅବସରରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଅଜି ମୁଖ୍ୟମନ୍ତ୍ରୀ ଧାମି ପୀଡ଼ିତାଙ୍କ ଘର ପୌରି ଜିଲ୍ଲାର ଦୋଭ ଶ୍ରୀକୋର୍ଟ ଗାଁରେ ପହଞ୍ଚିଥିଲେ। ଏଠାରେ ଅଙ୍କିତାଙ୍କ ବାପା-ମାଙ୍କୁ ଭେଟି ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଭଳି ନୃଶଂସ ଅପରାଧ ପାଇଁ ଅପରାଧିଙ୍କୁ କଠୋରରୁ କଠୋରୁ ଦଣ୍ଡରେ ଦଣ୍ଡିତ କରାଯବ। ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ଏହା ପୂର୍ବରୁ ଅଙ୍କିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ୧୯ ବର୍ଷୀୟ ଅଙ୍କିତା ଋଷିକେଶରେ ବିଜେପି ନେତା ବିନୋଦ ଆର୍ଯ୍ୟାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ରିସର୍ଟରେ ରିସେପସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ଅଭିଯୋଗ ଅନୁସାରେ, ମାଲିକ ପୁଲକିତ ଗେଷ୍ଟଙ୍କୁ ସ୍ୱତନ୍ତ୍ର ସେବା ଯୋଗାଇ ଦେବାକୁ ଅଙ୍କିତାଙ୍କୁ ବାଧ୍ୟ କରିଥିଲେ। ସେ ରାଜି ନ ହେବାରୁ ଅନ୍ୟ ଦୁଇ କର୍ମଚାରୀଙ୍କ ସହ ମିଶି ଅଙ୍କିତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ଘଟଣାରେ ପୁଲକିତଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।

ad-week
Leave A Reply

Your email address will not be published.