ନୂଆ ସଂସଦ ଭବନରେ ଲାଗିଥିବା ସିଂହ ହିଂସ୍ର ନୁହଁନ୍ତି: ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ସମ୍ମୁଖପଟ ଶୀର୍ଷରେ ଲାଗିଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବକୁ ନେଇ ବିବାଦ ଉପୁଜିଥିଲା। ଏହି ସିଂହକୁ ହିଂସ୍ର ମୁଦ୍ରାରେ ତିଆରି କରାଯାଇଥିବା ଅଭିଯୋଗ ଉଠିବା ସହ ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହେଲେ ଏହି ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଆଡଭୋକେଟ ଆଲଦାନିଶ ରେନ୍ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ସେଥିରେ କୁହାଯାଥିଲା ଯେ, ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଅନାବରଣ କରାଯାଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବର ୩ ସିଂହ ଅଧିକ ଭୟଙ୍କର ଦେଖାଯାଉଛି।
ସେମାନଙ୍କ ମୁହଁ ଆକ୍ରମଣାତ୍ମକ ମୁଦ୍ରାରେ ଖୋଲା ରହିଛି। ଯାହା ବାରଣାସିରେ ସାରନା‌ଥ ସଂଗ୍ରାହଳୟରେ ଥିବା ପ୍ରକୃତ ଜାତୀୟ ପ୍ରତୀକ ରୂପର ବ୍ୟତିକ୍ରମ। ଏଠାରେ ଲାଗିଥିବା ସିଂହର ମୂର୍ତ୍ତି ଶାନ୍ତ ଏବଂ ସୌମ୍ୟ ସ୍ୱଭାବର ପ୍ରତୀୟମାନ ହୋଇଥାଏ। ଜଷ୍ଟିସ ଏମଆର ଶାହ ଏବଂ କ୍ରିଷ୍ଣ ମୁରାରି ମାମଲାର ଶୁଣାଣି କରିଥିଲେ। ନୂଆ ସଂସଦ ଭବନ ଉପରେ ପ୍ରତିଷ୍ଠା ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭରେ ଥିବା ସିଂହ ହିଂସ୍ର ଦେଖାଯାଉନି, କି ଏହା ଜାତୀୟ ପ୍ରତୀକ-୨୦୦୫ ଆକ୍ଟକୁ ଉଲ୍ଲଂଘନ କରୁନାହିଁ। ଏହାସହିତ ଆକ୍ରମଣାତ୍ମକ ପ୍ରତିମୂର୍ତ୍ତି ବୋଲି ଉଠିଥିବା ଦାବି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି।
ଆଉ ଆବେଦନକୁ ଖାରଜ କରି କହିଛନ୍ତି ଯେ ଯିଏ ଏପରି ପ୍ରଶ୍ନ ଉଠାଉଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ। ଅର୍ଥାତ କିଏ କେମିତି ନଜରରେ ଦେଖୁଛନ୍ତି। ସୂଚନା ଅନୁଯାୟୀ, ଅଶୋକ ସ୍ତମ୍ଭରେ ସିଂହର ଆକୃତିକୁ ନେଇ ବିରୋଧୀ ଦଳମାନେ ଆପତ୍ତି ଉଠାଇଥିଲେ। ସେମାନେ ଅଭି‌ଯୋଗ କରିଛନ୍ତି ଯେ, ଏହି ସିଂହକୁ ଅଧିକ ଉଗ୍ର ଓ ଆକ୍ରମଣାତ୍କମ କରାଯାଇଛି। ପୁରୁଣା ଚିହ୍ନରେ ସିଂହ ସୌମ୍ୟ ଓ ସାଧାରଣ ଦେଖାଯାଉଥିଲା। ଜାତୀୟ ସ୍ତମ୍ଭର ଶାନ୍ତି ପ୍ରିୟ ସିଂହ ଏବେ ମଣିଷ ଖିଆ ସିଂହ ହୋଇଯାଇଛି । ନୂଆ ରୂପରେ ଏହା ଅତି ଉଗ୍ର ଓ ମାରାତ୍ମକ ଦୃଶ୍ୟମାନ ହେଉଛି। ତେବେ ଇତିହାସକାରମାନେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା ଏକ କଳାକୃତି ଏକ କଳାକାରଙ୍କ ଦ୍ୱାରା ସମୟୋଚିତ ପ୍ରତିଫଳନ ବୋଲି ଇତିହାସକାର ରବି ଭଟ୍ଟ କହିଥିଲେ।

ad-week
Leave A Reply

Your email address will not be published.