‘ସମାଜ’ର ୧୦୩ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ

add-all

କଟକ:ଦୈନିକ ଖବରକାଗଜ ‘ସମାଜ’ର ୧୦୩ତମ ସ୍ଵନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନରେ ‘ସମାଜ’ ତାର ଗୁରୁତ୍ୱ ବଜାୟ ରଖିଛି। ଆସନ୍ତା ୯ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ ହେବାକୁ ଥିବା ବେଳେ ତାଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋକୁ ୫-ଟି ଅଧୀନରେ ବର୍ଣ୍ଣାଢ୍ୟ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ଆମେ ଡିଜିଟାଲ ଦୁନିଆରେ ରହୁଛେ ଓ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ଗଣମାଧ୍ୟମର ଭୂମିକା ରହିଛି। ତେବେ ଖବରକାଗଜର ଗୁରୁତ୍ୱ ସବୁ ସମୟରେ ରହିଛି । ଓଡିଶାର ବିକାଶରେ ‘ସମାଜ’ ନିରପେକ୍ଷ ଭାବେ ନିଜର ଦାୟିତ୍ୱ ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆଠଗଡ଼ରେ ‘ସମାଜ’ ଦ୍ୱାରା ପରିଚାଳିତ ହସ୍ପିଟାଲ କୋଭିଡ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କହିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେହି ହସ୍ପିଟାଲ ଗରିବ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଥିବା ସେ କହିଛନ୍ତି।

ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇଥିବା , ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ, ଆଜୀବନ ସଦସ୍ୟ ଦୀପକ ମାଲବ୍ୟ ଓ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.