ମଦ ପିଇ ଝଗଡ଼଼ା ପରେ ପଥରରେ ଛେଚି ହତ୍ୟା

add-all

ବ୍ରହ୍ମପୁର: ଦୁର୍ଗା ପୂଜାର ମାହୋଲ ଭିତରେ ବ୍ରହ୍ମପୁର ସହରରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଦ ପିଇବା ପରେ ଟଙ୍କା ମାଗିବାକୁ ନେଇ ପ୍ରଥମେ ଝଗଡ଼଼ା ଏବଂ ଏହାକୁ ନେଇ ପଥରରେ ଛେଚି ହତ୍ୟା।

ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପ୍ରେମନଗରରେ ଥିବା ମଦ ଦୋକାନରେ ଗୋପାଳ କୃଷ୍ଣ ପାତ୍ର ନାମକ ଜଣେ ୪୭ ବର୍ଷୀୟ ବ୍ୟକ୍ତି ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ବେଳେ ମଦ୍ୟପାନ କରୁଥିଲେ। ତାଙ୍କ ପାଖରେ ଜଣେ ୧୬ ବର୍ଷୀୟ ନାବାଳକ ମଧ୍ୟ ମଦ ପିଉଥିଲେ। ହଠାତ୍‍ ନାବାଳକ ଜଣକ ଗୋପାଳଙ୍କୁ ଟଙ୍କା ମାଗିଥିଲେ। ଗୋପାଳ ଟଙ୍କା ଦେବାକୁ ମନା କରିବା ସହିତ ନାବାଳକଙ୍କୁ ଗାଳି କରିଥିଲେ ଏବଂ ମାଡ଼ ମାରିଥିଲେ। ନାବାଳକ ଜଣକ ସେଠାରୁ ଚାଲିଯାଇ ଦୋକାନ ସମ୍ମୁଖରେ ଅପେକ୍ଷା କରିଥିଲେ। ଗୋପାଳ ମଦ ଦୋକାନରୁ ବାହାରିବା କ୍ଷଣି ପଥରରେ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ନାବାଳକଙ୍କୁ ପୋଲିସ ଗିରଫ କରିଥିଲା। ନାବାଳକଙ୍କ ଘର ଧାନମେରା ସାହିରେ ହୋଇଥିବା ବେଳେ ସେ ପୂର୍ବରୁ ଚୋରି, ଡକାୟତି ଏବଂ ଅନ୍ୟାନ୍ୟ ମାମଲାରେ ମଧ୍ୟ ସଂପୃକ୍ତ ଅଛନ୍ତି।

ad-week
Leave A Reply

Your email address will not be published.