ଲଗାଣ ବର୍ଷାରେ ଭାଙ୍ଗିଲା ଘର

add-all

କେନ୍ଦୁଝର ୦୬।୧୦ : ଲଗାଣ ବର୍ଷାରେ ଭାଙ୍ଗିଲା ଘର । ଅଳ୍ପକେ ବର୍ତ୍ତିଗଲେ ମହିଳା । କେନ୍ଦୁଝର ଜିଲ୍ଲା ନରଣପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗାଁରେ ଏଭଳି ଅଘଟଣ ଘଟିଛି ।  

ଖବର ଅନୁଯାୟୀ, ରାମଚନ୍ଦ୍ରପୁର ଗାଁର ରୁକ୍ମୁଣୀ ମହାନ୍ତ ଏକାକି ନିଜ ଘରେ ରୁହନ୍ତି । ବୁଧବାର ରାତିରେ ଖାଇ ସାରି ଶୋଇଥିଲେ। କିନ୍ତୁ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ଘରର କାନ୍ଥ ବତୁରି ରହିଥିଲା । ହଠାତ୍ ରାତି ଅଧରେ ଘର କାନ୍ଥ ଭୁଷୁଡି ପଡିଥିଲା। ଭାଗ୍ୟକୁ ଘରର କାନ୍ଥଟି ବାହାର ପଟକୁ ପଡିଥିଲା। ଫଳରେ ଘର ଭିତରେ ଶୋଇଥିବା ରୁକ୍ମୁଣୀ ବଞ୍ଚିଯାଇଥିଲେ।

ତେବେ କାନ୍ଥଟି ପଡିବା ସମୟରେ ଘର ସମ୍ମୁଖରେ ରାସ୍ତା ଉପରେ ତଳକୁ ଝୁଲି ରହିଥିବା ଏକ ବିଦ୍ୟୁତ ତାର ଉପରେ ପଡିଥିଲା । ଫଳରେ ବିଦ୍ୟୁତ ତାରଟି ତଳେ ଖସି ପଡିଥିବା ବେଳେ ବିଦ୍ୟୁତ ଖୁଣ୍ଟଟି ନଇଁପଡି ବିପଦ ସୃଷ୍ଟି କରୁଛି । ରୁକ୍ମୁଣୀଙ୍କୁ ତୁରନ୍ତ  ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

ad-week
Leave A Reply

Your email address will not be published.