ଦେଶୀ ମାଛ ମଡ଼କ: ଲକ୍ଷାଧିକ ଟଙ୍କାର କ୍ଷତିକୁ ନେଇ ଚିନ୍ତାରେ ଚାଷୀ

add-all

ଫୁଲବାଣୀ /ବାଲିଗୁଡା, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡ଼କ ଦେଖାଯାଇଛି। ଉକ୍ତ ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡ଼କକୁ ନେଇ ସେ ଲକ୍ଷାଧିକ ଟଙ୍କା କ୍ଷତି ସହିଥିବା କହିଛନ୍ତି। କିଛିଦିନ ତଳେ ସେ ତାଙ୍କ ପୋଖରୀରେ ମାଛ ଯାଆଁଳ ଛାଡ଼ିଥିବା ବେଳେ ସୋମବାର ସମସ୍ତ ମାଛ ଯାଆଁଳଗୁଡିକ ମରି ଭାସୁଥିବା ଦେଖିବାକୁ ମିଳିଛି। ଏଠାରେ ମତ୍ସ ବିଭାଗର କୌଣସି ଅଧିକାରୀ ନ ଥିବା ବେଳେ କେଉଁ କାରଣରୁ ଏଭଳି ମଡ଼କ ଦେଖାଯାଇଛି ସେ ଜାଣିପାରୁ ନ ଥିବାରୁ ଅସହାୟତା ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ଦାରିଙ୍ଗବାଡି ଅଞ୍ଚଳର ଲୋକେ ଆନ୍ଧ୍ର ମାଛ ଉପରେ ନିର୍ଭର କରିଆସୁଛନ୍ତି। ହେଲେ କିଛି ବର୍ଷ ହେଲା ସରକାରଙ୍କ ମୋ ପୋଖରୀ ଯୋଜନାରେ ପୋଖରୀ ଓ ମାଛ ଚାଷକୁ ଗୁରୁତ୍ୱ ଦିଆଯାଉଥିବାରୁ ସ୍ଥାନୀୟ ଲୋକ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏବେ ମାଛ ମଡ଼କ ଯୋଗୁ ଏବେ ଚିନ୍ତା ବଢ଼ିଯାଇଛି ।

ad-week
Leave A Reply

Your email address will not be published.