ପ୍ରବଳ ବର୍ଷା ପାଇଁ ଶ୍ରୀକ୍ଷେତ୍ରରେ ସ୍ଥଗିତ ହେଲା ଗୋଷାଣି ଯାତ୍ରା

add-all

ପୁରୀ ୦୬/୧୦: ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷା ପାଇଁ ଗୁରୁବାର ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ସ୍ଥଗିତ ରହିଛି। ପରମ୍ପରା ଅନୁସାରେ ସିଂହଦ୍ଵାର ପାଖରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ଼ ଏକାଠି ହେବା ପାଇଁ ଆୟୋଜନ ହୋଇଥିଲା। କିନ୍ତୁ ୦ବର୍ଷା ପାଇଁ ଗୁରୁବାର ତାହା ସ୍ଥଗିତ ରହିଛି। ଆସନ୍ତାକାଲି ପାଗ ଶୁଖିଲା ରହିଲେ ଏହି ଗୋଷାଣୀ ଯାତ୍ରା ଆୟୋଜନ କରାଯିବ। ସାହି କମିଟି ସହ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

ସିଂହଦ୍ୱାରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୋଶାଣୀ ଯାତ୍ରା ପାଇଁ ପ୍ରସ୍ତୁତି କରାଯାଇଥିଲା। ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଥିବା ମାଆ ବାରବାଟୀ, ଜହ୍ନିଖାଇ, ଶୂନ୍ଯଗୋଷାଣୀ, ବେଲବାଇ, ଗେଲବାଇ, ନାଗା, ସିମ୍ପାଥି, ବୁଢାବୁଢି, ଦଶମୁଣ୍ଡିଆ ରାବଣ ଆଦି ମାଆଙ୍କର ବିଭିନ୍ନ ରୂପର ଆକର୍ଷଣୀୟ ଗୋଷାଣି ମୂର୍ତ୍ତିଙ୍କ ଶ୍ରୀମନ୍ଦିର ସିଂହଦ୍ଵାର ଆଗରେ ସମାଗମ ହୋଇଥାଏ।‌

ad-week
Leave A Reply

Your email address will not be published.