ଟ୍ୟାଙ୍କର ଏବଂ ଯାତ୍ରିବାହୀ ଅଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

add-all

କୋରାପୁଟ ୦୬/୧୦: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ପୋଡ଼ାପଦର ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ଅଟୋ ସହ ଟେଙ୍କର ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ କୋରାପୁଟ ସହୀଦ୍‌ ଲକ୍ଷ୍ମଣ ନାୟକ ଡାକ୍ତରଖାନାକୁ ନିଆଯାଇଛି। ଅନ୍ଯପଟେ ପଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.