ନିରୁଦ୍ଦିଷ୍ଟ ଥିବା ଥାନାରେ ଅଭିଯୋଗ

add-all

ଦାରିଙ୍ଗବାଡି,୬/୧୦, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଭ୍ରମରବାଡ଼ି ପଂଚାୟତ ବୁଡାନପିପାଲି ଗ୍ରାମର ବିଭାଇତ ମହିଳା ସୁମିତ୍ରା ପ୍ରଧାନ(୩୨) ନିରୁଦିଷ୍ଟ ଥିବା ସ୍ୱାମୀ ପ୍ରକାଶ ପ୍ରଧାନ ଗତକାଲି ବୁଧବାର ଦିନ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିବା ଖବର ହସ୍ତଗତ ହୋଇଛି। ଖବର ନେବାରୁ ଜଣା ପଡିଛିଯେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ବଚସା ହୋଇ ଗତ ମାସ ୩୦ ତାରିଖ ସକାଳୁ ୪ ବର୍ଷର ପୁତ୍ର ସନ୍ତାନ କୁ ଘରେ ଛାଡ଼ି ଦେଇ କାହାରିକୁ ନକହି ଘରୁ କୁଆଡେ ପଳାଇ ଯାଇଛନ୍ତି। ପ୍ରକାଶ ପ୍ରଧାନଙ୍କ ପରିବାର ବର୍ଗ ଦୀର୍ଘ ୭ଦିନ ଧରି ବନ୍ଧୁ ବାନ୍ଧବଙ୍କ ଘର ଓ ବଣ ଜଙ୍ଗଲ ଖୋଜି କୌଣସି ସନ୍ଧାନ ନପାଇ ବାଧ୍ୟ ହୋଇ ଗତ କାଲି ସ୍ୱାମୀ ପ୍ରକାଶ ପ୍ରଧାନ ସରପଞ୍ଚ ପାଉଲ ପ୍ରଧାନଙ୍କ ସହିତ ଥାନାକୁ ଆସି ସ୍ତ୍ରୀ ସୁମିତ୍ରା ପ୍ରଧାନ ନିରୁଦିଷ୍ଟ ଥିବା ଥାନାରେ ଲିଖିତ ଜଣା ରିପୋର୍ଟ କରିଥିବା ଥାନା ଅଧକାରୀ କୌଶିକ ମାଝୀଙ୍କ ଠାରୁ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.