
ଫୁଲବାଣୀ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଆଜି ରାଜ୍ୟରେ ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି l ଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡି ନେତା ବିଜୟ ନାୟକଙ୍କୁ ଦଳ ନୂତନ ଭାବେ ନିଯୁକ୍ତି ଦେଇଛି l ବିଜୟ ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ l ସେ ବିଜେଡ଼ିର ସାଧାରଣ ସମ୍ପାଦକ ଅଛନ୍ତି l ଏଥି ପୂର୍ବରୁ ସେ ଢେଙ୍କାନାଳ ଜିଲା ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ରହିଥିଲେ l ବିଜୟଙ୍କ ନିଯୁକ୍ତି ଦେବା ପରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର କର୍ଣ୍ଣ , ନଗର ସଭାପତି ସୁଧୀର କହଁର, ନଗର ଯୁବ ବିଜେଡି ସଭାପତି ପାର୍ଥ ବିଶ୍ୱାଳ,ଖଜୁରୀପଡା ବ୍ଳକ ଅଧ୍ୟକ୍ଷା ଅନିମା କହଁର, ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ବିଜେଡି ଛାତ୍ର ସଭାପତି ସୁନୀଲ ସେଠୀ,ମହିଳା ସଭାନେତ୍ରୀ ପୁନମ କହଁର, ସଂଖ୍ୟା ଲଘୁ ସେଲର ମହମ୍ମଦ ୟାସୀନ ବେଗଙ୍କ ସମେତ ବହୁ ବିଜେଡି କର୍ମୀମାନେ ସ୍ୱାଗତ ଜଣାଇଛନ୍ତି l ବିଜୟଙ୍କ ନେତୃତ୍ୱରେ ଜିଲ୍ଲାରେ ସଂଗଠନ ଅଧିକ ସୁଦୃଢ ହେବା ସହ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳ ପୂର୍ବାପେକ୍ଷା ଭଲ କରିବ ସେ ନେଇ ବିଜେଡି ହାଇ କମାଣ୍ଡ ପକ୍ଷରୁ ବିଜୟ ନାୟକଙ୍କୁ ଦାୟିତ୍ବ ଦିଆଯାଇଛି l