ଚୀନର ବିରୋଧୀ ଭୋଟଦାନରୁ ବିରତ ରହିଲା ଭାରତ

add-all

ନୂଆଦିଲ୍ଲୀ : ଚୀନର ଉଇଘୁର ମୁସଲିମମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଜାତିସଂଘରେ ଆଗତ ଚୀନ ବିରୋଧୀ ପ୍ରସ୍ତାବ ଗୃହୀତ ହୋଇନାହିଁ । ଭାରତ ସମେତ କେତେକ ଦେଶ ଭୋଟ ଦାନରୁ ବିରତ ରହିବାରୁ ଏହି ପ୍ରସ୍ତାବ କାଟ ଖାଇଯାଇଥିଲା । ଭୋଟଦାନରୁ ଅନୁପସ୍ଥିତ ଥିବାରୁ ଭାରତକୁ ସବୁଆଡ଼ୁ ସମାଲୋଚନା କରାଯାଉଥିବାବେଳେ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୌଣସି ଦେଶ ବିପକ୍ଷରେ ପ୍ରସ୍ତାବ ଆଗତ କରିବାକୁ ଭାରତ ସବୁ ବେଳେ ବିରତ ରହିଆସିଛି । କାରଣ ଏହାର କୌଣସି ସୁଫଳ ମିଳିନଥାଏ ।
ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, “ସମସ୍ତ ମାନବିକ ଅଧିକାରକୁ ବଜାୟ ରଖିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ଅଟେ। କୌଣସି ଦେଶ ବିପକ୍ଷରେ ପ୍ରସ୍ତାବ ଆଗତ ସଂପର୍କିତ ଭୋଟଦାନରୁ ବିରତ ରହିବା ଭାରତର ଦୀର୍ଘ ମିଆଦୀ ନୀତି ଚାଲିଆସିଛି, କାରଣ ଏପରି ପ୍ରସ୍ତାବର କୌଣସି ସୁଫଳ ମିଳିନଥାଏ । “ଚୀନର ସିଜିଆନ୍ ସ୍ବୟଂଶାସିତ ଅଞ୍ଚଳରେ ଉଇଘୁରମାନଙ୍କ ମାନବିକ ଅଧିକାରର ହନନ ସଂପର୍କରେ ଆମେ ଧ୍ୟାନ ଦେଇଛୁ। ଉଇଘୁର ଲୋକଙ୍କ ମାନବିକ ଅଧିକାରକୁ ସମ୍ମାନ ଦିଆଯିବା ସହ ନିଶ୍ଚିତ କରାଯିବା ଉଚିତ। ଆମେ ଆଶା କରୁଛୁ ଯେ ସମ୍ପୃକ୍ତ ଦଳ ଏହାର ସମାଧାନ କରିବେ।
ତେବେ ଭାରତର ସରକାରଙ୍କ ଏହି ଭୋଟଦାନରୁ ବିରତ ରହିବାକୁ କୂଟନୈତିକ ବିଶେଷଜ୍ଞମାନେ ଏକ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ଏହା କରି ଭାରତ ଆମେରିକାକୁ ଏକ ବାର୍ତ୍ତା ଦେଇଛି, ଯେ ବାଇଡେନ ପ୍ରଶାସନ ଯଦି ପାକିସ୍ତାନ କାର୍ଡ ଖେଳିପାରିବ, ଭାରତ ବି ଚୀନର ନିକଟତର ହୋଇପାରିବ ।

ad-week
Leave A Reply

Your email address will not be published.